ଆମେରିକାରେ ପ୍ରବେଶ କରିପାରିବେନି ଉତ୍ତର କୋରିଆ ନାଗରିକ ! ଭ୍ରମଣ ଉପରେ କଟକଣା ଲାଗୁ କଲେ ଟ୍ରମ୍ପ୍

26

କନକ ବ୍ୟୁରୋ : ଚରମସୀମାରେ ପହଚିଂଲା ଆମେରିକା ଏବଂ ଉତ୍ତରକୋରିଆ ବିବାଦ । ଏବେ ଉତ୍ତରକୋରିଆ ଉପରେ ଆମେରିକା ରାଷ୍ଟ୍ରପତି ଗ୍ରହଣ କରିଛନ୍ତି କଡା ଆଭିମୁଖ୍ୟ । ଏଣିକି ଆମେରିକାରେ ପ୍ରବେଶ କରିପାରିବେନି ଉତ୍ତରକୋରିଆ ନାଗରିକ । ରବିବାର ରାତିରେ ନୂଆ ଭ୍ରମଣ କଟକଣା ଜାରି କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଘୋଷଣା କରିବା ପରେ ଟୁିଇଟ୍ କରି କହିଛନ୍ତି ‘ଆମେରିକାର ସୁରକ୍ଷା ମୋର ପ୍ରାଥମିକତା । ମୁଁ ସେମାନଙ୍କୁ ମୋ ଦେଶରେ ପ୍ରବେଶ କରିବାକୁ ଦେବିନି । ନୂତନ କଟକଣା ଅକ୍ଟୋବର ୧୮ ତାରିଖରୁ ଲାଗୁ କରାଯିବ ।

ଏହା ପୂର୍ବରୁ ଆମେରିକାରେ ୭ଟି ମୁସଲିମ୍ ଦେଶର ନାଗରିକଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ ଡୋନାଲ୍ଡ ଟ୍ରମ୍ପ୍ । ଇରାନ୍, ସିରିୟା, ଲିବିୟା, ସୋମାଲିଆ, ୟେମେନ୍, ଚାଦ୍ ଏବଂ ସୁଦାନ୍ ଉପରେ କଟକଣା ଲଗାଇଥିଲା ଆମେରିକା । ଆଉ ଏବେ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ଉତ୍ତର କୋରିଆ ଏବଂ ଭେନିଜୁଏଲା । ଏହି ଦେଶର ନାଗରିକଙ୍କୁ ଆମେରିକା ଯିବା ପାଇଁ ଆଉ ଭିସା ମିଳିବ ନାହିଁ ।

ଏହା ସହ ପାକିସ୍ତାନ ନାଗରିକ କଡା ଯାଂଚ ପରେ ଆମେରିକାରେ ପ୍ରବେଶ କରିପାରିବେ । ଇସଲାମିକ୍ ଆତଙ୍କବାଦୀଙ୍କୁ ଆମେରିକାରେ ପ୍ରବେଶ ରୋକିବାକୁ ଏହି ପଦକ୍ଷେପ ନେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଏହା ସହ ଯିଏ ଆମେରିକାକୁ ସମର୍ଥନ କରିବ ଏବଂ ଆମେରିକାବାସୀଙ୍କୁ ଭଲ ପାଇବ ସେହି ରାଷ୍ଟ୍ର ଆମେରିକାରେ ପ୍ରବେଶ କରିପାରିବ ବୋଲି କହିଥିଲେ ଟ୍ରମ୍ପ୍ ।