ଉତ୍ତର କୋରିଆର ଅମୋଘ ଅସ୍ତ୍ର ଇଏମପି ! ଆମେରିକାରେ ପ୍ରଳୟ କରିପାରନ୍ତି ଶାସକ କିମ୍ ଜଙ୍ଗ

128

କନକ ବ୍ୟୁରୋ : ଆମେରିକାକୁ ନିପାତ କରିବା ପାଇଁ ଉତ୍ତର କୋରିଆର ଧମକ । ମଣିଷ ଜାତିର ମୂଳପୋଛ କରିବା ପାଇଁ ଉତ୍ତର କୋରିଆ ଏକ ଅମୋଘ ଅସ୍ତ୍ର ପ୍ରସ୍ତୁତ କରିଥିବା ସୂଚନା ଆମେରିକାକୁ ମିଳିଛି । ଏହା ଏମିତି ଏକ ଅସ୍ତ୍ର ଯାହା, ଆମେରିକାର ୯୦ପ୍ରତିଶତ ଜନ ବସତିକୁ ଧ୍ୱଂସ କରିବାକୁ ସକ୍ଷମ । ଏଭଲି ଏକ ଖବର ମିଳିବା ପରେ ଯୁକ୍ତରାଷ୍ଟ୍ର ଆମେରିକାରେ ହଇଚଇ ସୃଷ୍ଟି ହୋଇ ଯାଇଛି ।

ଉତ୍ତର କୋରିଆ ପାଖରେ ରହିଛି ମାରାତ୍ମକ ପରମାଣୁ ବୋମା ଇଏମପି ବା ଇଲେକ୍ଟ୍ରୋ ମାଗ୍ନେଟିକ୍ ପଲ୍ସ । ଯାହାକୁ ସେ ଆମେରିକା ଉପରେ ପ୍ରୟୋଗ କରିବ ବୋଲି ଚିନ୍ତା କରୁଛି । ଏଭଳି ଏକ ଖବର ଏବେ ଆତଙ୍କିତ କରିଛି ଟ୍ରମ୍ପ ସରକାରଙ୍କୁ । ଆମେରିକାର ସିନେଟ୍ ମଧ୍ୟ ଏ ନେଇ ଉଦବେଗ ପ୍ରକାଶ କରିଛି । ପ୍ରଳୟ ସୃଷ୍ଟି କରି ପାରୁଥିବା ଏହି ଅସ୍ତ୍ର, ପରମାଣୁ ବୋମା, ହାଇଡ୍ରୋଜେନ୍ ବୋମା ଠାରୁ ମଧ୍ୟ ଅଧିକ ମାରାତ୍ମକ । ଯଦି ଉତ୍ତର କୋରିଆ, ଆମେରିକା ଉପରେ ଏହି ଇଲେକ୍ଟ୍ରୋ ମାଗ୍ନେଟିକ୍ ପଲ୍ସର ଆକ୍ରମଣ କରେ ତାହାଲେ ଏକ ବର୍ଷ ମଧ୍ୟରେ ଆମେରିକାରେ ଘଟିବ ମହାପ୍ରଳୟ ।

କ’ଣ ଏହି ଇଲେକ୍ଟ୍ରୋ-ମାଗନେଟିକ ପଲ୍ସ, ଏହା ପ୍ରୟୋଗରେ କିଭଳି ପ୍ରଭାବିତ ହେବ ଆମେରିକା ? 

ଇଲେକ୍ଟ୍ରୋ-ମାଗ୍ନେଟିକ୍ ପଲ୍ସ ବା ଇଏମପିର ଆକ୍ରମଣ ଏତେ ମାରାତ୍ମକ ଯେ, ଏହି  ରାଡିଏସନରେ ଆସୁଥିବା ପ୍ରତ୍ୟେକ ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯିବ । କୌଣସି ପରମାଣୁ ବୋମା ଠାରୁ ବି ଏହାର ପ୍ରଭାବ ଅଧିକ ମାରାତ୍ମକ । ପରମାଣୁ ବୋମା ଭୁପୃଷ୍ଠ ଛୁଇଁଲେ ଏହା ଧ୍ୱଂସଲୀଳା ସୃଷ୍ଟି କରିଥାଏ । ମାତ୍ର ଇଏମପିର ପ୍ରୟୋଗ ହେଲେ ବାୟୁମଣ୍ଡଳରେ ହିଁ ଆରମ୍ଭ ହୋଇଯାଏ ପ୍ରତିକ୍ରିୟା । ଭୁପୃଷ୍ଠ ଉପରେ ବାୟୁମଣ୍ଡଳରେ ୩୦ରୁ ୪୦୦ କିଲୋମିଟର୍ ରେଂଜରେ ଯଦି ଏହି ଇଏମପି ଆକ୍ରମଣ ହୁଏ ତାହାଲେ ଏହା ପ୍ରଥମେ ବୈଦ୍ୟୁତିକ ଜାଲ ସୃଷ୍ଟି କରେ ଏହି ବୈଦ୍ୟୁତିକ ତରଙ୍ଗ ପରିଧିରେ ଆସୁଥିବା ପ୍ରତ୍ୟେକ ଇଲେକ୍ଟ୍ରୋନିକ୍ସ ବସ୍ତୁ ନଷ୍ଟ ହୋଇଯିବାର ସମ୍ଭାବନା ରହିଥାଏ ।

କେତେ ଭୟଙ୍କର ଏହି ଇଏମପି ଅସ୍ତ୍ର ?

– ଇଲେକ୍ଟ୍ରୋ-ମାଗନେଟିକ୍ ପଲ୍ସ ଆକ୍ରମଣରେ କୌଣସି ବିସ୍ଫୋରଣ ହୋଇନଥାଏ

– ଏହା ଏମିତି ଏକ ଡେଟୋନେଟର୍ ବା ବିସ୍ଫୋଟକ ଆଖିକୁ ଦେଖାଯାଇନଥାଏ

– ସାଟେଲାଇଟ୍ ବା କ୍ଷେପଣାସ୍ତ୍ର ମାଧ୍ୟମରେ ଭୁପୃଷ୍ଠ ଉପରେ ୩୦ରୁ ୪୦୦ କିଲୋମିଟର୍ ମଧ୍ୟରେ ଏହା କାର୍ଯ୍ୟ କରେ

– ଏହି ଇଲେକ୍ଟ୍ରୋ-ମାଗନେଟିକ୍ ପଲ୍ସ ରେଂଜରେ ଆସୁଥିବା ପ୍ରତ୍ୟେକ ବୈଦ୍ୟୁତିକ ଉପକରଣ ବ୍ଲାଷ୍ଟ ହୋଇଯିବ ଅଥବା ନଷ୍ଟ ହୋଇଯିବ

– ଲାଇଟ୍, ଫାନ, କମ୍ପ୍ୟୁଟର୍, ଫୋନ୍, ଟିଭି, ଫ୍ରିଜ୍ ଇଂଟରନେଟ୍ ଇତ୍ୟାଦି ସବୁ ଅକାମୀ ହୋଇଯିବ

– କାର୍, ଟ୍ରେନ, ଏରୋପ୍ଲେନ୍ ମଧ୍ୟ ପ୍ରଭାବିତ ହେବ କିମ୍ବା ବିସ୍ଫୋରଣ ଘଟିବ

– କୌଣସି ବୈଦ୍ୟୁତିକ ଉପକରଣ ବା ସରଭର୍କୁ କିଛି ସମୟ ମଧ୍ୟରେ ନଷ୍ଟ କରିଦେବ ଇଏମପି

ଇଏମପି ଆଟାକ୍ ଯଦି ଆମେରିକା ଉପରେ ହୁଏ, ତାହେଲେ ବର୍ଷକ ମଧ୍ୟରେ ଆମେରିକାର ୯୦ ପ୍ରତିଶତ ଜନବସତି ଧ୍ୱଂସ ପାଇବା ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଅନ୍ୟପଟେ ଏହି ମାରାତ୍ମକ ପରିସ୍ଥିତିର ମୁକାବିଲା ପାଇଁ ଟ୍ରମ୍ପ ସରକାର ପ୍ରସ୍ତୁତ ବି ନାହାଁନ୍ତି । ଏଭଳି ସମ୍ଭାବ୍ୟ ସଙ୍କଟ ଏବେ ଆମେରିକାବାସୀଙ୍କ ନିଦ ହଜି ଯାଇଛି ।

ମାରାତ୍ମକ ଇଲେକ୍ଟ୍ରୋ – ମାଗ୍ନେଟିକ୍ ପଲ୍ସ । ଏହା ଏମିତି ଏକ ଅସ୍ତ୍ର ଯାହା ବିଦ୍ୟୁତ ଏବଂ ବୈଦୁତିକ ଉପକରଣ ଗୁଡିକୁ କ୍ଷଣିଣ ମଧ୍ୟରେ ନିପାତ କରିଦେବ । ଏପରିକି ଟେଲି କମ୍ୟୁନିକେସନ୍ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ତରଙ୍ଗକୁ ବାୟୁମଣ୍ଡଳରେ ନଷ୍ଟ କରିଦେବ । ଫଳରେ ଆକାଶରେ ଉଡୁଥିବା ବିମାନଟି ହଠାତ୍ କ୍ରାସ ହୋଇଯିବ, ରାସ୍ତାରେ ଚାଲୁଥିବା ଗାଡିଟି ରାସ୍ତା ମଝିରେ ବନ୍ଦ ହୋଇଯିବ । ରେଲ ଧାରଣାରେ ଗଡୁଥିବା ଟ୍ରେନ ମଧ୍ୟ ବନ୍ଦ ହୋଇଯିବ । ଏଭଳି ଏକ ମାରାତ୍ମକ ଅସ୍ତ୍ର ଏବେ ଆମେରିକା ଉପରେ ପ୍ରୟୋଗ କରିବାକୁ ଚିନ୍ତା କରୁଛି ଆମେରିକା ।

ଆମେରିକାକୁ ଘେରିବ ଘନ ଅନ୍ଧକା, ଠପ୍ ହୋଇଯିବ ବିଦ୍ୟୁତ ଓ ବୈଦ୍ୟୁତିକ ଉପକରଣ ଯୁଦ୍ଧ ମୁହାଁ ହୋଇଛି ଉତ୍ତର କୋରିଆ । ଆଗରୁ ପରମାଣୁ ବୋମା ଏବଂ ହାଇଡ୍ରୋଜେନ୍ ବୋମାର ଧମକାଉଥିବା ଉତ୍ତର କୋରିଆ ଏବେ ଆଉ ଏକ ମାରତ୍ମକ ଅସ୍ତ୍ର ପ୍ରୟୋଗ ପାଇଁ ଯୋଜନା କରୁଛି । ଆମେରିକା ସ୍ୱତନ୍ତ୍ର ସୁରକ୍ଷା କମିଟିର ଏକ ଦଳ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଉତ୍ତର କୋରିଆ ଗୁପ୍ତ ଭାବେ ଇଲେକ୍ଟ୍ରୋ-ମାଗ୍ନେଟିକ୍ ପଲ୍ସ ପ୍ରସ୍ତୁତ କରିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ଏବେ ଆମେରିକାକୁ ଘାରିଛି ଇଏମ୍ପି ଆକ୍ରମଣର ଚିନ୍ତା  । ବିଦ୍ୟୁତ ଏବଂ ବିଦ୍ୟୁତ ଉପକରଣ ବିନା ଗୋଟିଏ ପାଦ ଆଗେଇବାକୁ ଅକ୍ଷମ ସାରା ବିଶ୍ୱ ।

ଏପରି ସ୍ଥିତିରେ ଇଲେକ୍ଟ୍ରୋ-ମାଗ୍ନେଟିକ୍ ପଲ୍ସର ଆକ୍ରମଣ ମାନବ ସମାଜ ପ୍ରତି ଅତି ବିପଦ ଜନକ ହୋଇପାରେ । ଇଏମପିର ଆକ୍ରମଣରେ ବିଦ୍ୟୁତ ଉପକରଣ ଏବଂ ବିଦ୍ୟୁତ ଯୋଗାଉଥିବା ଉତ୍ସ ବି ନଷ୍ଟ ହୋଇଯିବ । ମାତ୍ର ୪୫ ମିନିଟ୍ ମଧ୍ୟରେ ବିଦ୍ୟୁତ ସମ୍ବନ୍ଧୀୟ ସମସ୍ତ ଉପକରଣ ବନ୍ଦ ହୋଇଯିବ ଅଥବା ନଷ୍ଟ ହୋଇଯିବ । ଚାରିଆଡେ ଅନ୍ଧକାର ଛାଇଯିବ । ଉଡୁଥିବା ଉଡାଯାହାଜ ଅକାମୀ ହୋଇଯିବା ଫଳରେ ମଝି ଆକାଶରେ ଜଳିଯିବ  । ରାସ୍ତାରେ ଚାଲୁଥିବା ଗାଡି ବି ଅଚଳ ହୋଇଯିବ । ଇଲେକ୍ଟ୍ରି ବିନା ନା ପିଇବା ପାଣି ମିଳିବ ନା ଖାଦ୍ୟ । ସପିଂ ମଲ୍ ଠାରୁ ଆରମ୍ଭ କରି ବଡ ବଡ ଫାକ୍ଟ୍ରି ସବୁ ଅଚଳ ହୋଇଯିବ । ଫଳରେ କିଛି ଦିନ ମଧ୍ୟରେ ଲୋକେ ଖାଦ୍ୟ ଓ ପାଣି ପାଇଁ ଡହଳ ବିକଳି ହେବେ । ବିନା ବିଦ୍ୟୁତରେ ହସ୍ପିଟାଲରେ ରୋଗୀ ଚିକିତ୍ସା ବି ସମ୍ଭବ ହୋଇପାରିବ ନାହିଁ । ଆଉ ଦୃତ ଗତିରେ ବୃଦ୍ଧି ପାଇବ ମୃତ୍ୟୁ ସଂଖ୍ୟା । ଗ୍ରାମାଂଚଳ ଅପେକ୍ଷା ସହରରେ ଶୀଘ୍ର ଦେଖିବାକୁ ମିଳିବ ବିଭୀଷିକା ।

ଏଭଳି ମାରତ୍ମକ ଇଲେକ୍ଟ୍ରୋ-ମାଗ୍ନେଟିକ୍ ପଲ୍ସକୁ ନେଇ ଅସ୍ତ୍ର ପ୍ରସ୍ତୁତ କରିଛି ଉତ୍ତର କୋରିଆ । ଆଶଙ୍କା ଅଛି, ସାଟେଲାଇଟ୍ ଜରିଆରେ ଏହି ଡେଟୋନେଟର୍କୁ ଆମେରିକା ଆକାଶରେ ଛାଡିବ ଉତ୍ତର କୋରିଆ । କାରଣ ଗତ କିଛି ଦିନ ମଧ୍ୟରେ ଉତର କୋରିଆର ଏକ ସାଟେଲାଇଟ୍, ଆମେରିକା ଅଭିମୁଖେ ଗତି କରୁଥିବା ଲକ୍ଷ୍ୟ କରାଯାଉଛି । ଯଦି ସେପରି ହୁଏ, ଏହି ସାଟେଲାଇଟକୁ ଆକାଶରେ ହିଁ ଆମେରିକା ଧ୍ୱଂସ କରିବା ପାଇଁ ଯୋଜନା କରିପାରେ ।

ଆନ୍ତର୍ଜାତିକ ଚାପ ସତ୍ୱେ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ ଉତ୍ତର କୋରିଆ । ବାରମ୍ବାର ମିସାଇଲ୍ ପରୀକ୍ଷଣରୁ ଏହା ସ୍ପଷ୍ଟ ହେବା ପରେ କୋରିଆ ଉପଦ୍ୱୀପରେ ଯୁଦ୍ଧସଙ୍କଟ କ୍ରମେ ଘନୀଭୁତ ହୋଇଛି । ଯୁଦ୍ଧ ହେଲେ ଏହା ପରମାଣୁ ବିଭୀଷିକାକୁ ଡାକି ଆଣିବା କୁହାଯାଉଛି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଡାଏଲଗ ବାଜି ଜାରି ରହିଥିବା ବେଳେ ଯେ କୌଣସି ମୁହୂର୍ତରେ ବିଶ୍ୱ ପୁଣି ଏକ ବିଶ୍ୱଯୁଦ୍ଧକୁ ଦେଖିବା କୁହାଯାଉଛି ।

୩ୟ ବିଶ୍ୱଯୁଦ୍ଧ ପାଇଁ ବାଜିଲା ସତର୍କଘଂଟି , ଯେ କୌଣସି ମୁହୂର୍ତରେ ହୋଇପାରେ ଯୁଦ୍ଧ !

ଆମେରିକା – ନର୍ଥ କୋରିଆ ମୁହାଁମୁହିଁ ହେବା ପରମାଣୁ ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା ଜାହିର କଲେ ଉତ୍ତର କୋରିଆ ଜାତିସଂଘ ରାଷ୍ଟ୍ରଦୂତ କିମ୍ ଇନ୍ ର୍ୟଙ୍ଗ । ସେ କହିଛନ୍ତି ନର୍ଥ କୋରିଆ ହେଉଛି ଏକମାତ୍ର ଦେଶ ଯାହା ଉପରେ ଆମେରିକା ଅଣୁ ଅସ୍ତ୍ର ପ୍ରୟୋଗ କରିବାକୁ ସିଧାସଳଖ ଧମକ ଦେଇଛି । ଆତ୍ମରକ୍ଷା ପାଇଁ ପରମାଣୁ ଅସ୍ତ ରଖିବା ଉତ୍ତର କୋରିଆର ଅଧିକାର ବୋଲି କହିଛନ୍ତି ର୍ୟଙ୍ଗ୍ । ନର୍ଥ କୋରିଆ ନିଜର ପରମାଣ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରିଥିବା ବେଳେ ସ୍ୱଳ୍ପ, ମଧ୍ୟମ ଦୂରଗାମୀ ତଥା ଆନ୍ତ ମହାଦେଶୀୟ କ୍ଷେପଣାସ୍ତ୍ର ବିକଶିତ କରିସାରିଛି । ସେହିପରି ହାଇଡ୍ରୋଜେନ୍ ବୋମା ପରୀକ୍ଷଣରେ ବି ସଫଳ ହୋଇଛି ଉତ୍ତର କୋରିଆ । ପୂର୍ବରୁ ଆମେରିକୀୟ ସଚିବ ରେକ୍ସ ଟିଲରସନ୍ ପ୍ରଥମ ବୋମା ପଡ଼ିବା ପର୍ଯ୍ୟନ୍ତ କୂଟନୈତିକ ଉଦ୍ୟମ ଜାରି ରହିବ ବୋଲି କହିଥିଲେ । ଏବେ ର୍ୟଙ୍ଗଙ୍କ ବୟାନ ପରେ ଯୁଦ୍ଧସଙ୍କଟ ଘନେଇବା ଜଣାପଡ଼ିଛି ।

ବିଶ୍ୱଯୁଦ୍ଧର ରୂପ ନେଇପାରେ ବିବାଦ !

ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ନିଜ ଯୁଦ୍ଧଖୋର ଆଭିମୁଖ୍ୟ ଜାରି ରଖିଥିବା ବେଳେ ଟ୍ରମ୍ପ୍ ମଧ୍ୟ ନିଜ କଡ଼ା ଆଭିମୁଖ୍ୟର ଅନେକ ଥର ପ୍ରଦର୍ଶନ କରି ଛନ୍ତି । ଏଭଳି ସ୍ଥିତିରେ ଉତ୍ତର କୋରିଆ ଓ ଆମେରିକା ପରସ୍ପର ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗର ସମ୍ଭାବନା ଦେଖାଦେଇଛି । ଯାହା ଚିନ୍ତାର କାରଣ ପାଲଟିଛି ବିଶ୍ୱପାଇଁ ।

କାହାର ଶକ୍ତି କେତେ ? ଯୁଦ୍ଧ ହେଲେ କ’ଣ ହେବ ସ୍ଥିତି ?

ଆମେରିକାର ସକ୍ରିୟ ସେନା ସଂଖ୍ୟା ୧.୪ ନିୟୂତ ହୋଇଥିବାବେଳେ ନର୍ଥ କୋରିଆର ସକ୍ରିୟ ସେନା ସଂଖ୍ୟା ମାତ୍ର ୬.୯ ଲକ୍ଷ । ଆମେରିକା ନିକଟରେ ୨୨୦୭ଟି ଯୁଦ୍ଧ ବିମାନ ରହିଥିବାବେଳେ ନର୍ଥ କୋରିଆ ପାଖରେ ରହିଛି ୪୫୮ଟି ଯୁଦ୍ଧ ବିମାନ । ଆମେରିକା ନିକଟରେ ୬୧୯୬ଟି ଯୁଦ୍ଧ ହେଲିକପ୍ଟର ଥିବାବେଳେ ଉତ୍ତର କୋରିଆ ପାଖରେ ରହିଛି ୨୦୨ଟି ହେଲିକପ୍ଟର । ଆମେରିକା ନିକଟରେ ୨୦ଟି ବିମାନବାହୀ ଜାହାଜ ଥିବାବେଳେ ଉତ୍ତର କୋରିଆ ପାଖରେ ବିମାନବାହୀ ଯୁଦ୍ଧ ଜାହାଜ ନାହିଁ ।

ସେହିପରି ଆମେରିକା ନିକଟରେ ୬୨ଟି ଡେଷ୍ଟ୍ରୟର ଶ୍ରେଣୀୟ ଯୁଦ୍ଧାସ୍ତ୍ର ଥିବାବେଳେ ନର୍ଥ କୋରିଆ ନିକଟରେ ଏହି ଶ୍ରେଣୀର କୌଣସି ଯୁଦ୍ଧାସ୍ତ୍ର ନାହିଁ । ଆମେରିକା ନିକଟରେ ୨୦ଟି ଅତ୍ୟାଧୁନିକ ଯୁଦ୍ଧତରୀ ଥିବାବେଳେ ନର୍ଥ କୋରିଆ ପାଖରେ ଅତ୍ୟାଧୁନିକ ଯୁଦ୍ଧତରୀ ନାହିଁ । ସେହିପରି ଆମେରିକା ନିକଟରେ ୪୪୮୦ଟି ପରମାଣୁ ଅସ୍ତ୍ର ଥିବାବେଳେ ନର୍ଥ କୋରିଆର ପରମାଣୁ ଅସ୍ତ୍ର ସଂଖ୍ୟା ମାତ୍ର ୧୦ରେ ହିଁ ସୀମିତ । ଏଥିରୁ ସହଜରେ କୁହାଯାଇପାରେ ନର୍ଥ କୋରିଆ ଯୁଦ୍ଧ କଲେ କଣ ହେବ ସ୍ଥିତି । ତେବେ ପରିଣାମକୁ ଖାତିର ନ କରି କୋରିଆ ଜାରି ରଖିଛି ଯୁଦ୍ଧଖୋର ଆଭିମ୍ମୁଖ୍ୟ ।