ପାକିସ୍ତାନକୁ ଆମେରିକାର କଡ଼ା ଚେତାବନୀ ! ଆତଙ୍କବାଦ ଦମନ ପାଇଁ ଇସଲାମବାଦ ବ୍ୟବସ୍ଥା କରୁ ନଚେତ୍ ଉଦ୍ଦେଶ୍ୟ ହାସଲ ପାଇଁ ରାସ୍ତା ବାହାର କରିବ ୱାସିଂଟନ

28

କନକ ବ୍ୟୁରୋ: ପୁଣି ପାକିସ୍ତାନକୁ ଆମେରିକାର ଚେତାବନୀ । ପାକିସ୍ତାନରେ ଚାଲିଥିବା ଆତଙ୍କବାଦୀ ସଂଗଠନ ବିରୋଧରେ ପାକିସ୍ତାନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆମେରିକା ଚେତାବନୀ ଦେଇଛି । ଯଦି ଆତଙ୍କବାଦ ରୋକିବା ଦିଗରେ ଇସଲମାବାଦ କୌଣସି ପଦକ୍ଷେପ ନନିଏ ତେବେ ୱାସିଂଟନ ଏଥିପାଇଁ ରାସ୍ତା ବାହାର କରିବ ବୋଲି କଠୋର ଶବ୍ଦରେ ଶୁଣାଇ ଦେଇଛି ଆମେରିକା ।

ଆମେରିକୀୟ ସଚିବ ରେକ୍ସ ଟିଲରସନ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନକୁ ଆମେରିକା କେବଳ ସର୍ତମୂଳକ ସହାୟତା ଯୋଗାଇ ଦେବ । ଟିଲରସନ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକ୍କନ ଅବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହାପରେ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଆମେରିକା ଚେତାବନୀ ଦେଇଥିବା ନେଇ ସଙ୍କେତ ଦେଇଛନ୍ତି ଦକ୍ଷିଣ ଏସିଆ ରାଷ୍ଟ୍ରସମୂହ ପାଇଁ ଆମରେିକାର କାର୍ଯ୍ୟକାରୀ ସଚିବ ଏଲିସ ୱେଲ୍ସ । ରେକ୍ସ ଟିଲରସନଙ୍କ ସହ ଏଲିସ ୱେଲ୍ସ ମଧ୍ୟ ପାକିସ୍ତାନ ଗସ୍ତରେ ଥିଲେ ।