ବିଦେଶରେ ମୋଦିଙ୍କ ଜୟ ଜୟକାର ! ଭାରତ ଗସ୍ତ ପୂର୍ବରୁ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ କହିଲେ , “ମୋଦି ହେ ତୋ ମୁମକିନ୍ ହେ”

212

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାଦୁ ଭାରତ ସମେତ ଆମେରିକାରେ ମଧ୍ୟ ଚାଲିଛି । ଚଳିତ ମାସରେ ଭାରତ ଗସ୍ତ ପୂର୍ବରୁ ଆମେରିକାର ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିୟୋ ଦୁଇ ଦେଶ ମଧ୍ୟରେ ଭଲ ସଂପର୍କ ହେବାକୁ ନେଇ କହିଥିଲେ ଯେ, “ମୋଦି ହେ ତୋ ମୁମକିନ୍ ହେ । ” କିଛି ସପ୍ତାହ ପୂର୍ବରୁ ୬୦୦ ମିଲିୟନ୍ ଭାରତୀୟ ମୋଦିଙ୍କୁ ବିଶାଳ ଜନାଦେଶ ଦେଇ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କ ଆସନରେ ଅଭିଶିକ୍ତ କରାଇଛନ୍ତି । ୧୯୭୧ ପରେ ଭାରତରେ କୌଣସି ପ୍ରଧାନମନ୍ତ୍ରୀ ବହୁମତ ସହ ଦ୍ୱିତୀୟବାର ପାଇଁ ପ୍ରଧାନମନ୍ତ୍ରୀ ପଦକୁ ଲେଉଟି ନଥିଲେ ।

ଏହାପରେ ମାଇକ୍ ପୋମ୍ପିୟୋ ଚଳିତ ମାସର ଶେଷଆଡକୁ କୋରିୟାରେ ପରମାଣୁ ନିରସ୍ତ୍ରୀକରଣ ଉପରେ ଚର୍ଚ୍ଚା କରିବା ପାଇଁ ଜାପାନ ଏବଂ ଦକ୍ଷିଣ କୋରିୟା ଗସ୍ତରେ ଯିବେ । ସମାଚାର ଏଜେନ୍ସି ସିହ୍ନୁଆ ମୁତାବକ, ମାଇକ୍ ପୋମ୍ପିୟୋ କହିଥିଲେ ପ୍ରଧାନମନ୍ତ୍ରୀ ମୋଦି ନିର୍ବାଚନ ପ୍ରଚାରରେ କହିଥିଲେ ମୋଦି ଅଛନ୍ତି ତ ସବୁ ସମ୍ଭବ , ଯାହାକୁ ସେ ପରେ ସତ କରି ଦେଖାଇଛନ୍ତି । ଏବେ ଭାରତ ଏବଂ ଆମେରିକା ମଧ୍ୟରେ ଭଲ ସମ୍ଭାବନା ଥିବା କଥା ବିସ୍ତାର ରୁପରେ ଆମେ ଦେଖିପାରୁଛୁ । ସେ ବୁଧବାର ୟୁଏସ୍-ଭାରତ ବିଜନେସ୍ କାଉନସିଲ୍ ସମିତିରେ ଏହି କଥା କହିଥିଲେ ।