ଜଜ୍ ବମାନ ଟ୍ରମ୍ପ ! ଭିସା ବ୍ୟାନ ଉପରେ ରୋକ ଲଗାଇଥିବା ବିଚାରପତିଙ୍କ ଉପରେ ରେ ବର୍ଷିଲେ ଟ୍ରମ୍ପ

26

କନକ ବ୍ୟୁରୋ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିସା ବ୍ୟାନ ଆଦେଶ ଉପରେ ରୋକ ଲଗାଇଥିବା ବିଚାରପତିଙ୍କ ଉପରେ ବର୍ଷିଛନ୍ତି ଟ୍ରମ୍ପ । ୱାସିଙ୍ଗଟନ୍ର ଫେଡେରାଲ କୋର୍ଟ ଜଜ୍ ଜେମ୍ସ ରବର୍ଟ ଟ୍ରମ୍ପଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇଛନ୍ତି । ବିଚାରପତିଙ୍କ ଏପରି ନିଷ୍ପତିକୁ ହାସ୍ୟସ୍ପଦ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କଥାକଥିତ ବିଚାରପତିଙ୍କ ଏପରି ନିଷ୍ପତି ଦ୍ୱାରା ଆମ ଦେଶରେ ଆଇନ ଶୃଙ୍ଖଳା ପ୍ରଭାବିତ ହେବ ଏବଂ ଏହି ରାୟକୁ ପରିବର୍ତ୍ତନ କରାଯିବ ବୋଲି ଟ୍ରମ୍ପ କହିଛନ୍ତି । ଏହାସହ ଆତଙ୍କବାଦୀ ଓ ଆମ ଦେଶର ସ୍ୱାର୍ଥ ବିରୋଧରେ କାମ କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରବେଶ ପଥ ଖୋଲିଦେଇଛନ୍ତି ବିଚାରପତି । ଏବେ ଦୁଷ୍ଟ ଶକ୍ତି ବେଶ ଖୁସି ।

ଆମେ ଦେଶ କେଉଁଆଡେ ଗତିି କରୁଛି? ବିଚାରପତି ଜନ୍ମମାଟିର ସୁରକ୍ଷା ପାଇଁ ନିଆଯାଇଥିବା ନିଷ୍ପତିରେ ବାଧା ସୃଷ୍ଟି କରିଛନ୍ତି ବୋଲି ଟ୍ରମ୍ପ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କରିଛନ୍ତି । ଟ୍ରମ୍ପ କ୍ଷମତାକୁ ଆସିବା ପରେ ୭ଟି ମୁସଲିମ ରାଷ୍ଟ୍ରର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି । ଶରଣାର୍ଥୀଙ୍କ ଭିସା ବାତିଲ ସହ କଡ଼ା ପଦକ୍ଷେପ ନେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଝଡ ଉଠିଛି । କିଛି ଦିନ ମଧ୍ୟରେ ଏକ ଲକ୍ଷ ଭିସା ବାତିଲ କରିଛି ଆମେରିକା ।