ବିନା ଗିୟର୍ ଓ ଷ୍ଟିଅରିଂରେ ଚାଲିବ କାର୍ ! ସ୍ୱଚାଳିତ କାରକୁ ନେଇ ଚର୍ଚ୍ଚାରେ ଜେନେରାଲ ମୋଟର୍ସ

19

ଚାଳକ ବିହୀନ ଗାଡ଼ି କଥା ଆପଣ ଶୁଣିଥିବେ । ତେବେ ଖବର ଅନୁସାରେ ପ୍ୟାଡ଼େଲ, ଗିୟର ଓ ବିନା ଷ୍ଟିଅରିଂରେ ଚାଲିବ କାର୍ । ଆମେରିକାର ଏକ କାର ନିର୍ମାତା କମ୍ପାନୀ ଏପରି କାର ବଜାରକୁ ଛାଡ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛି । ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ହୋଇଛି ଏହି କାର । ଲୋକମାନଙ୍କୁ ଷ୍ଟିଅରିଂ, ପେଡ଼ାଲ ଓ ଗିୟର ସଂଚାଳନ କରିବା ଦରକାର ପଡ଼ିବ ନାହିଁ । ତେବେ ଏପରି କାରର ମଡ଼େଲ ପ୍ରଦର୍ଶିତ ହୋଇସାରିଛି, ଖାଲି ବାକି ଅଛି ପରୀକ୍ଷଣ । ନିଜ ଦାବିକୁ ପ୍ରମାଣିତ କରିବା ପାଇଁ ଜେନେରାଲ ମୋଟର୍ସ ଆମେରିକାର ପରିବହନ ବିଭାଗ ଠାରୁ ଅନୁମତି ମାଗିଛି । କମ୍ପାନୀ ଅନୁସାରେ ଆପେ ଆପେ ଚାଲୁଥିବା କାରକୁ ୨୦୧୯ର ପ୍ରାରମ୍ଭିକ ସମୟରେ ସଡ଼କରେ ବ୍ୟବହାର କରାଯିବା ପାଇଁ ପ୍ରସ୍ତୁତି ଚାଲିଛି ।

ଆପେ ଆପେ ଚାଲୁଥିବା ଏହି ଗାଡ଼ିର ନାମ ହେଲା କ୍ରୁଜ୍ ଏୱ୍ୱି । ଏହି କାରରେ ଅନ୍ୟ ଗାଡ଼ି ପରି ଚକ, ଗିୟର , ପେଡ଼ଲ , ଏକ୍ସିଲେଟର ଲଗାଯିବ ନାହିଁ । ତେବେ ଅନ୍ୟ କାରଙ୍କ ପରି ହିଁ ଦେଖାଯିବ ଏହି କାର । କମ୍ପାନୀ ପବ୍ଦର୍ଶିତ କରିଥିବା ଫଟୋରେ ଗାଡିରେ ଏକ ବଡ଼ ଟଚ୍ ସ୍କ୍ରିନ ନଜର ଆସୁଛି । ଯେଉଁଠି ଲାଗିଛି ଅନେକ ବଟନ ଓ ଡାଏଲ୍ସ । ଏହି ଗାଡ଼ିକୁ ଜେନରୋଲ ମୋଟର୍ସର କ୍ରୁଜ୍ ଡିଭିଜନ୍ ପ୍ରସ୍ତୁତ କରିଛି ।

ଏବେ ପର୍ଯ୍ୟନ୍ତ କମ୍ପାନୀ ଏହି ସ୍ୱଚାଳିତ କାର ବିଷୟରେ ବିଶେଷ କିଛି ସୂଚନା ଦେଇନାହାନ୍ତି । କିନ୍ତୁ ପଟୋକୁ ଦେଖିଲେ ଲାଗୁଛି ବଜାରକୁ ଆଣିବା ପାଇଁ କମ୍ପାନୀ ସମସ୍ତ ପ୍ରସ୍ତୁତି ଶେଷ କରିଛି । ତେବେ ବିନା ଚାଳକରେ ଗାଡ଼ି ତିଆରି କରିବାରେ କେବଳ ଜେନରୋଲ ମୋଟର୍ସ କାମ କରୁନି, ଗୁଗଲ, ଟେଲ୍ସା ଓ ଭଲ୍ୱୋ ପରି କମ୍ପାଦୀ ଏହିପରି କାର ଆଣିବା ପାଇଁ କାମ ଜାରି ରଖିଛନ୍ତି ।