ଆସନ୍ତା ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥୀ ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି : ଏପ୍ରିଲରୁ ନିମନ୍ତ୍ରଣ ଦେଇଛି ଭାରତ

42

କନକ ବ୍ୟୁରୋ : ଆସନ୍ତା ବର୍ଷ ସାଧାରଣ ତନ୍ତ୍ର ଦିବସ ପାରେଡରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛି ଭାରତ । ଏହି ନିମନ୍ତ୍ରଣକୁ ଆମେରିକା ଗ୍ରହଣ କଲେ ମୋଦି ସରକାରଙ୍କ ବିଦେଶ ନୀତିର ଏକ ବଡ ସଫଳତା ବୋଲି କୁହାଯିବ ବୋଲି ଚର୍ଚ୍ଚା ହେଉଛି । ଏହି ନିମନ୍ତ୍ରଣ ନେଇ ଆନୁଷ୍ଠାନିକ ପ୍ରତିକ୍ରିୟା ଅପେକ୍ଷାରେ ରହିଛି ଭାରତ । ଚଳିତ ବର୍ଷ ଏପ୍ରିଲ ମାସରେ ଟ୍ରମ୍ପଙ୍କୁ ଭାରତ ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା ।

ତେବେ ଏହି ନିମନ୍ତ୍ରଣ ନେଇ ହ୍ୱାଇଟ୍ ହାଉସ ପକ୍ଷରୁ ସକରାତ୍ମକ ଭାବେ ଚିନ୍ତା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଯଦି ଟ୍ରମ୍ପ ଭାରତ ନିମନ୍ତ୍ରଣ ଗ୍ରହଣ କରନ୍ତି, ତେବେ ଦୁଇ ଦେଶର ରାଜନୈତିକ ସମ୍ପର୍କରେ ନୂଆ ମୋଡ ଆସିବ ବୋଲି କୁହାଯାଉଛି । ୨୦୧୫ ମସିହାରେ ଗଣତନ୍ତ୍ର ଦିବସ ତକ୍ରାଳୀନ ଆମେରିକା ରାଷ୍ଟ୍ରପତି ବାରାକ୍ ଓବାମା ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ।