ଫେରିଗଲେ ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତ ସାରି ଆମେରିକା ଫେରିଗଲେ ଟ୍ରମ୍ପଙ୍କ ପୂରା ପରିବାର । 

469

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୨ ଦିନିଆ ଭାରତ ଗସ୍ତ ଶେଷ ହୋଇଛି । ଭାରତ ଛାଡି ଆଜି ଆମେରିକା ଫେରିଯାଇଛନ୍ତି ଟ୍ରମ୍ପଙ୍କ ପୂରା ପରିବାର । ଆଉ ସାଙ୍ଗରେ ନେଇଯାଇଛନ୍ତି ଅନେକ ସ୍ମୃତି ।

ଗସ୍ତର ଶେଷ ଭାଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ଅଂଶଗ୍ରହଣ କରିଥିଲେ ଟ୍ରମ୍ପ ଦମ୍ପତି । ଏହି ଅବସରରେ ଆମେରିକାରୁ ଆସିଥିବା ବନ୍ଧୁଙ୍କ ପୂରା ପରିବାର ଓ ପ୍ରତିନିଧି ଦଳ ମଧ୍ୟ ଅଂଶଗ୍ରହଣ କରିଥିଲେ ।

୨ ଦିନର ଗସ୍ତର ପ୍ରଥମ ଦିନରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଏବଂ ଦ୍ୱିତୀୟ ଦିନରେ ଦୁଇ ରାଷ୍ଟ୍ର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତ ଗସ୍ତର ମଧୁର ଅନୁଭୂତି ନେଇ ଆମେରିକା ଫେରିଛନ୍ତି ଟ୍ରମ୍ପ ।  ଆମେରିକା ରାଷ୍ଟ୍ରପତିଙ୍କ ବିଦାୟୀ ରାତ୍ର ଭୋଜନରେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ସାମିଲ ହେବା ସହିତ ଟ୍ରମ୍ପ ଦମ୍ପତିଙ୍କୁ ବିଦାୟ ଦେଇଛନ୍ତି । ଆମେରିକା ଏୟାର ଫୋର୍ସର ସ୍ୱତନ୍ତ୍ର ବିମାନରେ ଆମେରିକା ଫାଷ୍ଟ ଲେଡିଙ୍କ ସହ ଟ୍ରମ୍ପ ସ୍ୱଦେଶ ଫେରିଛନ୍ତି ।