ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ବୟାନ ! କହିଲେ, ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ବଡ ପଦକ୍ଷେପ ନେଇପାରେ ଭାରତ

248

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ବଡ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ପ୍ରତି ପାକିସ୍ତାନ ଓ ଭାରତ ମଧ୍ୟରେ ପରିସ୍ଥିତି ଭାରି ଖରାପ । ଯାହା ଜଣାପଡୁଛି ପାକିସ୍ତାନ ବିରୋଧରେ ବଡ ପଦକ୍ଷେପ ନେଇପାରେ ଭାରତ । ଉଭୟ ଦେଶର କର୍ତ୍ତୃପକ୍ଷଙ୍କ ସହ ତାଙ୍କ ପ୍ରଶାସନ ଆଲୋଚନା ଚଳାଇଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ।

ଭାରତ କଠୋର ପଦକ୍ଷେପ ନେବାକୁ ଚାହୁଁଛି । ଏଇ ଆକ୍ରମଣରେ ଭାରତ ପ୍ରାୟ ୫୦ ଲୋକଙ୍କୁ ହରାଇଛି ମାତ୍ର। ମୁଁ ତାହା ହୃଦୟଙ୍ଗମ କରିପାରୁଛି । ପୁଲୱାମା ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆମେରିକା ସହାୟତାର ପାକିସ୍ତାନ ଅନୁଚିତ ଫାଇଦା ଉଠାଇଥିବା ମଧ୍ୟ ଅଭିଯୋଗ କରିଛନ୍ତିି ଟ୍ରମ୍ପ । ଏହା ସହିତ ଆତଙ୍କବାଦ ବନ୍ଦ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ୱାଶିଂଟନ ସ୍ଥିତ ଓଭାଲ ଅଫିସରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ଏହି ପ୍ରତିକ୍ରିୟା ରଖିଛନ୍ତି ଟ୍ରମ୍ପ ।