ଡ୍ୟାନ୍ସ ଓବାମା ଡ୍ୟାନ୍ସ ! ଭାଇରାଲ୍ ହେଲା ଆମେରିକା ପ୍ରେସିଡେଣ୍ଟଙ୍କ ଭିଡିଓ

48

ନିଜର ନିଆରା ଶାସନ ଶୈଳୀ ପାଇଁ ବିଶ୍ୱ ଦରବାରରେ ଖୁବ୍ ଚର୍ଚ୍ଚିତ ଆମେରିକା ପ୍ରେସିଡେଣ୍ଟ୍ ବାରାକ୍ ଓବାମା । କେବଳ ସେତିକି ନୁହେଁ ଜଣେ କୃଷ୍ଣକାୟ ବ୍ୟକ୍ତି ହୋଇ ମଧ୍ୟ ନିଜର ଅସାଧାରଣ ବ୍ୟକ୍ତିତ୍ୱ ପାଇଁ ସେ ଆମେରିକା ଭଳି ଦେଶରେ ନିଜର କାୟା ବିସ୍ତାର କରି ପାରିଛନ୍ତି । ଏହା ସହ ସମଗ୍ର ବିଶ୍ୱରେ ଓବାମା ଜଣେ କ୍ଷମତାଶାଳୀ ବ୍ୟକ୍ତି ସହ ଲୋକପ୍ରିୟ ଶାସକ ଭାବରେ ମଧ୍ୟ ଜଣାଶୁଣା । ତେବେ ନିକଟରେ ଓବାମାଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି ଯାହା ଦେଖିଲେ ଆପଣ ଜାଣି ପାରିବେ ଯେ ଓବାମା କେବଳ ଜଣେ ସିରିୟସ୍ ଶାସକର ଲକ୍ଷ୍ମଣରେଖା ମଧ୍ୟରେ ରହିନାହାନ୍ତି, ବରଂ ଗୀତର ତାଳେ ତାଳେ ନାଚି ମଧ୍ୟ ପାରନ୍ତି ।

କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଓବାମା ବଲଟିଏ ଧରି ଗୀତର ତାଳେ ତାଳେ ଓବାମା ନାଚୁଛନ୍ତି । ତାଙ୍କ ଆଗରେ ସମବେତ ହୋଇଥିବା ବ୍ୟକ୍ତିମାନେ ଓବାମାଙ୍କ ଏହି ନାଚକୁ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି । ଏମିତିକି ରାଷ୍ଟ୍ରପତିଙ୍କ ଏଭଳି ହଲକା ଫୁଲକା ମୁହୂର୍ତକୁ ଦେଖି କରତାଳି ମଧ୍ୟ ମାରୁଥିବା ଦେଖିବାକୁ ମିଳୁଛି।

ଦେଖନ୍ତୁ ଓବାମାଙ୍କ ଭାଇରାଲ୍ ଡ୍ୟାନ୍ସର ଭିଡିଓ :