କିମ୍ ଜଙ୍ଗ୍ ଉନଙ୍କୁ ହତ୍ୟା କରିବାକୁ ଆମେରିକା ଦେଲା ସୁପାରି ! ସ୍ୱତନ୍ତ୍ର କମାଣ୍ଡୋଙ୍କ ଟାର୍ଗେଟରେ ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ ।

49

କନକ ବ୍ୟୁରୋ : କିମ୍ ଜଙ୍ଗ୍ ଉନଙ୍କ ହତ୍ୟାର ସୁପାରି ଦେଲା ଆମେରିକା । ନର୍ଥ କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍ ଜଙ୍ଗଙ୍କୁ ନିପାତ କରିବ ଆମେରିକା ନୌସେନାର ସ୍ୱତନ୍ତ୍ର ସିଲ୍ କମାଣ୍ଡୋ । ପୂର୍ବରୁ କୁଖ୍ୟାତ ଆତଙ୍କବାଦୀ ଓସାମା ବିନ ଲାଦେନକୁ ରାତି ଅଧରେ ପାକିସ୍ତାନରେ ପଶି ନିପାତ କରିଥିବା ଏହି କମାଣ୍ଡୋ ବାହିନୀ ନର୍ଥ କୋରିଆରେ ପ୍ରବେଶ କରି ହତ୍ୟା କରିପାରନ୍ତି କିମ୍ ଜଙ୍ଗ୍ ଉନଙ୍କୁ । କିଛି ଏଭଳି ସମ୍ଭାବନା ଜାହିର କରିଛି ସାଉଥ କୋରିଆର ଏକ ପ୍ରମୁଖ ଗଣମାଧ୍ୟମ ।

ଓସାମା , ସଦ୍ଦାମ ହୁସୈନ ଓ ଗଦାଫିଙ୍କୁ ଯେପରି ଆମେରିକା ସିଲ୍ କମାଣ୍ଡୋ ଟାର୍ଗେଟ୍ କରିବାରେ ସଫଳ ହୋଇଥିଲା ନର୍ଥ କୋରିଆ ଶାସକଙ୍କ ପାଇଁ ଅନୁରୂପ ରଣନୀତି ପ୍ରସ୍ତୁତ କରାଯାଇଥିବା କହିଛି ଏହି ଗଣମାଧ୍ୟମ । ଓସାମାଙ୍କୁ ଯେପରି ପାକିସ୍ତାନରେ ପଶି ହତ୍ୟା କରାଯାଇଥିଲା ଆଉ ତାର ଟେର ମଧ୍ୟ କେହି ପାଇନଥିଲେ ଠିକ୍ ସେହିଭଳି ଅପରେସନରେ କିମ୍ ଜଙ୍ଗକୁ ହତ୍ୟା କରାଯିବ ।

hi-navyseals-6556977ସାଉଥ କୋରିଆର ଗଣମାଧ୍ୟମରେ ପ୍ରକାଶିତକୁ ଖବରରେ ସତ୍ୟତା ଅଛି ବୋଲି କହିଛି ନର୍ଥ କୋରିଆ । ଏଥିସହ କିମ୍ ଜଙ୍ଗଙ୍କ ସୁରକ୍ଷାକୁ ମଧ୍ୟ ଆହୁରି କଡାକଡି କରାଯାଇଛି । ଏପରିକି ତାଙ୍କ ସୁରକ୍ଷା ପରାମର୍ଶଦାତା ମଧ୍ୟ କିମ୍ ଜଙ୍ଗଙ୍କୁ କୌଣସି ଖୋଲାସ୍ଥାନକୁ କିମ୍ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ଏକା ଯିବାକୁ ବାରଣ କରିଛନ୍ତି । ଏହାସହ ଆମେରିକାର ନାଭି ସିଲ କମାଣ୍ଡୋଙ୍କ ଅପରେସନ ବିୟେରେ ଅଧିକ ତଥ୍ୟ ଯୋଗାଡ କରିବାକୁ ନିଜର ଗୁପ୍ତଚରଙ୍କୁ ନିର୍ଦ୍ଦେଶ ଦେଇଛି । ତେବେ ଆମେରିକାର ନାଭି ସିଲ କମାଣ୍ଡୋଙ୍କ ଅପରେସନ କେବେ,କେଉଁଠି ଓ କିପରି ହେବ ତାହା କେହି ଜାଣି ନାହାନ୍ତି ।

trumpଏହି ଅପରେସନରୁ ବଞ୍ଚିବା ପାଇଁ କିମ୍ ଜଙ୍ଗ ନିଜ ସୁରକ୍ଷାକୁ କଡାକଡି କରିଛି । ଏପରିକି କାର ବିସ୍ପୋରଣ ଡରରେ ନିଜ ଗାଡିରେ ମଧ୍ୟ ଯିବା ଆସିବା କରୁନାହାନ୍ତି କିମ୍ ଜଙ୍ଗ । ଏହାଛଡା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ପ୍ରତିବର୍ଷ ସାଉଥ କୋରିଆରେ ହେଉଥିବା ମିଲିଟାରୀ ଏଳ୍ସରସାଇଜରେ ଆମରିକାର ଏହି କମାଣ୍ଡୋ ମାନେ ମଧ୍ୟ ଭାଗ ନେଇ ସାରିଛନ୍ତି । ଯାହା ନର୍ଥ କୋରିଆର ନିଦ ହଜାଇ ଦେଇଛି । କାରଣ ସାଉଥ କୋରିଆ ରାସ୍ତା ଦେଇ ଏହି କମାଣ୍ଡୋ ମାନେ ନର୍ଥ କୋରିଆ ଭିତରେ ପଶିବାକୁ ଯୋଜନା କରୁଛନ୍ତି । ତେଣୁ ସାଉଥ କୋରିଆ ସୀମା ଉପରେ ତୀକ୍ଷ୍ନ ନଜର ରଖାଯାଇଛି ।