ଟ୍ରମ୍ପଙ୍କ ଭିସା ବ୍ୟାନ ନେଇ ଥମୁନି ଝଡ : ଭିସା ବାତିଲ ଆଦେଶ ଉପରେ ରୋକ ଲଗାଇଲେ ଫେଡେରାଲ କୋର୍ଟ

21

କନକ ବ୍ୟୁରୋ : ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭିସା ବ୍ୟାନ ନେଇ ଆମେରିକାରେ ଉଠିଥିବା ଝଡ ଥମିବାର ନାଁ ନେଉନି । ୱାସିଙ୍ଗଟନର ଏକ ଫେଡେରାଲ ଟ୍ରମ୍ପଙ୍କ ବିବାଦୀୟ ଆଦେଶ ଉପରେ ରୋକ ଲଗାଇଛନ୍ତି । କୋର୍ଟଙ୍କ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଛି ପ୍ରଶାସନ । ସେପଟେ କୋର୍ଟଙ୍କ ଆଦେଶକୁ ଅକାମୀ କରିବା ପାଇଁ ହ୍ୱାଇଟ୍ ହାଉସ ପକ୍ଷରୁ ରହିତାଦେଶ ଲାଗି ଅପିଲ କରାଯାଇଛି ।

ହ୍ୱାଇଟ୍ ହାଉସ ପକ୍ଷରୁ ଦର୍ଶା ଯାଇଛି ଯେ ରାଷ୍ଟ୍ରପତି ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ, ଆମେରିକାବାସୀ ସ୍ୱାର୍ଥ ରକ୍ଷା ଓ ଦେଶର ସୁରକ୍ଷା କରିବା ତାଙ୍କର ଦାୟିତ୍ୱ । ଟ୍ରମ୍ପ କ୍ଷମତାକୁ ଆସିବା ପରେ ୭ଟି ମୁସଲିମ ରାଷ୍ଟ୍ରର ନାଗରିକଙ୍କ ଆମେରିକା ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି । ଶରଣାର୍ଥୀଙ୍କ ଭିସା ବାତିଲ ସହ କଡ଼ା ପଦକ୍ଷେପ ନେବା ପରେ ସାରା ବିଶ୍ୱରେ ଏହାକୁ ନେଇ ଝଡ ଉଠିଛି । କିଛି ଦିନ ମଧ୍ୟରେ ଏକ ଲକ୍ଷ ଭିସା ବାତିଲ କରିଛି ଆମେରିକା ।