ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା ! ଭାରତ ଆସୁଛି ଆମେରିକା ନିର୍ମିତ ଚିକୁନ୍ ଓ ଅପାଚେ ହେଲିକପ୍ଟର

200

କନକ ବ୍ୟୁରୋ : ଅନେକ ଗୁଣା ବଢ଼ିଯିବ ଭାରତୀୟ ସେନାର ଶକ୍ତି । ଆମେରିକାରେ ନିର୍ମିତ ଅଧିକ ଚିକୁନ ଓ ଅପାଚେ ହେଲିକପ୍ଟର ମାର୍ଚ୍ଚରେ ଭାରତ ପହଞ୍ଚିବ । ଉଭୟ ହେଲିକପ୍ଟର ଭାରତ ଆସିଲେ ସେନାର ଶକ୍ତି ବୃଦ୍ଧି ପାଇବା ସହ ଥରହର ହେବେ ଶତ୍ରୁ ଦେଶ । ଚିକୁନ ହେଲିକପ୍ଟରର ପ୍ରଥମ ବ୍ୟାଚ୍ କମ୍ପାନୀ ତରଫରୁ ଗୁଜରାଟ ମୁନ୍ଦରା ବନ୍ଦର ଅଭିମୁଖେ ବାହାରି ସାରିଛି । ଯାହା ଆଗାମୀ ମାସରେ ଭାରତ ପହଞ୍ଚିଯିବ । ଭାରତ ତିନି ବିଲିୟନ୍ ଡଲାର ଖର୍ଚ୍ଚ ବିନିୟମୟରେ ୧୫ ଚିକୁନ ଓ ୨୨ ଅପାଚେ ହେଲିକପ୍ଟରର ଡିଲ୍ କରିଥିଲା ।

ସେନାକୁ ଏହି ହେଲିକପ୍ଟର ପ୍ରଦାନ କରିବା ପୂର୍ବରୁ ସେଗୁଡ଼ିକର କ୍ଷମତା ପରୀକ୍ଷା କରାଯିବ । ଚିକୁନ ହେଲିକପ୍ଟରକୁ ଚଣ୍ଡୀଗଡ଼ରେ ରଖାଯିବ, ଯଦ୍ୱାରା ଆବଶ୍ୟକ ହେଲେ ସିଆଚୀନ ଓ ଲଦାଖରେ ନିୟୋଜିତ କରାଯାଇପାରିବ । ଏହି ଦୁଇ ହେଲିକପ୍ଟର ସେନାରେ ସାମିଲ ହେବାପରେ ସେନାର ଶକ୍ତି ଆହୁରି ବଢ଼ିଯିବ । ଏବେ ପର୍ଯ୍ୟନ୍ତ ଭାରତୀୟ ସେନାରେ ଋଷ୍ ନିର୍ମିତ ହେଲିକପ୍ଟର ଏମଆଇ-୧୭ ସାମିଲ ଥିଲା । ଏମଆଇ ୧୭ ବ୍ୟତୀତ ଏମଆଇ ୨୬ ମଧ୍ୟ ଭାରତୀୟ ସେନା ପାଖରେ ଅଛି । ଲଢ଼ାକୁ ହେଲିକପ୍ଟର ବିଷୟରେ ଆଲୋଚନା କଲେ ଭାରତୀୟ ସେନାର ଶକ୍ତି ଏମଆଇ-୩୫ ପର୍ଯ୍ୟନ୍ତ ହିଁ ସୀମିତ ଅଛି ।

ସୂଚନା ଅନୁସାରେ ୧୯୬୨ରୁ ଆମେରିକା ସେନା ଏହି ହେଲିକପ୍ଟର ଗୁଡ଼ିକର ବ୍ୟବହାର କରୁଛି । ୧୯୬୭ରେ ଭିଏତନାମ ଯୁଦ୍ଧ ସମୟରେ ପ୍ରଥମ ଥର ପାଇଁ ଏହାର ପ୍ରୟୋଗ କରାଯାଇଥିଲା । ଇରାନ୍ ଓ ଲିବୟା ସେନା ମଧ୍ୟ ଏହି ହେଲିକପ୍ଟରର ବ୍ୟବହାର କରନ୍ତି ।