ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ! ଏୟାର୍ ଇଣ୍ଡିଆ ୱାନକୁ ମିଳିବ ଆମେରିକୀୟ ସୁରକ୍ଷା କବଚ ଲେୟାର୍ କ୍ୟାମ୍ ।

155

କନକ ବ୍ୟୁରୋ : ଭାରତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ଦେବାକୁ ରାଜି ହୋଇଛି ଆମେରିକା  । ଏହି ମିସାଇଲ୍ ସିଷ୍ଟମ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବ୍ୟବହାର କରୁଥିବା ଏୟାର୍ ଇଣ୍ଡିଆ ୱାନ୍ ବିମାନରେ ଲଗାଯିବ  । ଏଥିପାଇଁ ଭାରତକୁ ୨ଟି ମିସାଇଲ୍ ସିଷ୍ଟମ ଯୋଗାଇବ ଆମେରିକା । ଏହାସହ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଆମେରିକା ରାଷ୍ଟ୍ରପତିଙ୍କ ପରି ଅଭେଦ୍ୟ ପାଲଟିବ  ।

ଏୟାର୍ ଇଣ୍ଡିଆ ୱାନକୁ ମିଳିବ ସୁରକ୍ଷା କବଚ । ପ୍ରଧାନମନ୍ତ୍ରୀଙ୍କ ବିମାନରେ ଆମେରିକାର ମିସାଇଲ୍ । ଭାରତୀୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ୨ଟି ଅତ୍ୟାଧୁନିକ ମିସାଇଲ ସିଷ୍ଟମ୍ ଦେବ ଆମେରିକା  । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ବ୍ୟବହାର କରୁଥିବା ଏୟାର୍ ଇଣ୍ଡିଆ ୱାନ୍ ବିମାନରେ ଏହି ଆମେରିକୀୟ ସୁରକ୍ଷା ପ୍ରଣାଳୀ ଲଗାଯିବ । ଭାରତ-ଆମେରିକା ସାମରିକ ସହଭାଗିତାକୁ ଏହା ଆଉ ପାଦେ ଆଗକୁ ନେବା କୁହାଯାଉଛି । ଆମେରିକା ପ୍ରତିରକ୍ଷା ବିଭାଗ ପେଂଟାଗନ୍ ପକ୍ଷରୁ ଏହାକୁ ନିଶ୍ଚିତ କରାଯାଇଥିବା ବେଳେ ଆମେରିକା କଂଗ୍ରେସରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି । ତେବେ ଏଥିପାଇଁ ଭାରତକୁ ୨ଟି ସ୍ୱତନ୍ତ୍ର ବୋଇଂ-୭୭୭ ବିମାନ କିଣିବାକୁ ପଡ଼ିବ । ଲେୟାରକ୍ୟାମ୍ ନାଁରେ ପରିଚିତ ଏହି ମିସାଇଲ ସିଷ୍ଟମ୍ ଏୟାର ଇଣ୍ଡିଆ ୱାନକୁ କରିବ ଆହୁରି ଅଧିକ ସୁରକ୍ଷିତ  ।

ଲେୟାର୍ କ୍ୟାମର ସ୍ୱତନ୍ତ୍ରତା :-

– ଉଡୁଥିବା ବେଳେ ବିପଦ ଦେଖିବା ମାତ୍ରେ ଆଲାର୍ମ ଦ୍ୱାରା ସତର୍କ କରାଇବ  ।

– ସମ୍ଭାବ୍ୟ ହମଲାକୁ ଏହା ଚିହ୍ନଟ କରି ସ୍ୱୟଂଚାଳିତ ଭାବେ ପ୍ରତି ଆକ୍ରମଣ କରିବ  ।

– ୧୩୬୦ କୋଟି ଟଙ୍କା ବ୍ୟୟରେ ଏହାକୁ ଭାରତ କିଣିବାକୁ ଯାଉଛି  ।

– ଏହାକୁ ଲଗାଇବା ପରେ ସୁରକ୍ଷା ଦୃଷ୍ଟିରୁ ଏୟାର ଇଣ୍ଡିଆ ୱାନ୍ ଆମେରିକା ରାଷ୍ଟ୍ରପତି ବ୍ୟବହାର କରୁଥିବା ବିମାନ ଏୟାର୍ ଫୋର୍ସ ୱାନର ସମକକ୍ଷ ହେବ  ।

– ଭାରତ-ଆମେରିକା ସାମରିକ ସହଭାଗିତାକୁ ଏହା ଆହୁରି ମଜବୁତ୍ କରିବ  ।

କିଭଳି କାମ କରିବ ଲେୟାର୍ କ୍ୟାମ୍ ?

ବିମାନ ବାହାରେ ଲାଗିଥିବା ଇନଫ୍ରାରେଡ୍ ବ୍ୟବସ୍ଥାରୁ ଆକ୍ରମଣର ସୁରାକ୍ ମିଳିବା ମାତ୍ରେ ଏହା ସୁରକ୍ଷ।।କର୍ମୀଙ୍କୁ ସତର୍କ କରାଇବ  । ଆବଶ୍ୟକ ପଡ଼ିଲେ ଏହା ସମ୍ଭାବ୍ୟ ଆକ୍ରମଣକୁ ଅକାମୀ କରିବା ସହ ସଙ୍ଗେ ସଙ୍ଗେ ପ୍ରତି-ଆକ୍ରମଣ ମଧ୍ୟ କରିବ  ।

ମଜବୁତ୍ ହେବାରେ ଲାଗିଛି ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ  । ବର୍ତମାନ ସମୟରେ ଆମେରିକା ହେଉଛି ଭାରତର ସବାର୍ଧିକ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ଦେଶ  । ସେହିପରି ୨୦୧୮ରେ ଭାରତକୁ ଏସଟିଏ ୱାନ୍ ଦେଶର ମର୍ଯ୍ୟାଦା ଦେଇ ଆମେରିକା ଶକ୍ତିଶାଳୀ ଦ୍ୱିପାକ୍ଷିକ ସମ୍ପର୍କର ପ୍ରମାଣ ମଧ୍ୟ ଦେଇସାରିଛି  । ଏବେ ଭାରତୀୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଏୟାର୍ ଇଣ୍ଡିଆ ୱାନ୍ ବିମାନର ସୁରକ୍ଷା ପାଇଁ ମିସାଇଲ୍ ସିଷ୍ଟମ୍ ଦେବାକୁ ରାଜି ହୋଇଛି ଆମେରିକା  ।