ହ୍ରିତିକଙ୍କ ଗୀତରେ ଝୁମିଲେ ଉର୍ବଶୀ ! ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

43

pବଲିଉଡ ଅଭିନେତ୍ରୀ ଉର୍ବଶୀ ରୈାତେଲା ନିଜର ହଟ ଅବତାର ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟ ଜିତି ଆସିଛନ୍ତି । ନିକଟରେ ଉର୍ବଶୀଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ ହୋଇ ଚର୍ଚ୍ଚାରେ ରହିଛି । ସେ ନିଜେ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଂଟରେ ଅପଲୋଡ କରିଛନ୍ତି । ଏହାସହ ସେ କ୍ୟାପସନରେ ଲେଖିଛନ୍ତି ହ୍ରିତିକଙ୍କର ଜଣେ ନୁଆ ପ୍ରତିଦ୍ୱନ୍ଦୀ ଆସି ଯାଇଛି । ଏହି ଖବରଟି “ଅମର ଉଜାଲା’ରେ ପ୍ରକାଶିତ ହୋଇଛି ।

ଏହି ଭିଡିଓରେ ଉର୍ବଶୀ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ସିନେମା ‘କହୋ ନା ପ୍ୟାର ହେ’ ର ଗୀତ ‘ଏକ ପଲ କା ଜୀନା’ ରେ ଡ୍ୟାନ୍ସ କରିଛନ୍ତି । ସବୁଜ ରଙ୍ଗର କୋର୍ଟ ଓ ଟ୍ରାଉଜର୍ସରେ ଉର୍ବଶୀ କିଛି ଝିଅ ଓ ପୁଅଙ୍କ ଗ୍ରୁପ ସହ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଉର୍ବଶୀଙ୍କ ଏଇ ଡ୍ୟାନ୍ସ ପରଫରମାନ୍ସ ରାମନାରାୟଣ ରୈନା କଲେଜରେ ହୋଇଥିଲା । ଗତ କିଛିଦିନ ହେବ ଉର୍ବଶୀ ଏଇ ଭିଡିଓକୁ ପୋଷ୍ଟ କରିଛନ୍ତି ଏବଂ ମାତ୍ର ୧୫ ଘଂଟା ମଧ୍ୟରେ ଏହି ଭିଡିଓକୁ ୨ ଲକ୍ଷ ୨୨ ହଜାର ରୁ ଅଧିକ ଲୋକ ଦେଖି ସାରିଛନ୍ତି ।

ଦେଖନ୍ତୁ ଉର୍ବଶୀଙ୍କ ଡ୍ୟାନ୍ସ ପରଫରମାନ୍ସର ଭିଡିଓ :