ହେଟ ଷ୍ଟୋରୀ-୪ର ଟ୍ରେଲର ରିଲିଜ : ଉର୍ବସୀଙ୍କୁ ଜୀବନରୁ ମାରିଦେବାକୁ ଧମକ

46

ରିଲିଜ ହେବା ପୂର୍ବରୁ ଏକ ବିରାଟ ସମସ୍ୟା ମୁଣ୍ଡ ଟେକିଛି । ଫିଲ୍ମର ଟ୍ରେଲରରେ ଏକ ଡାଇଲଗକୁ ନେଇ ଏହି ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି । ଲୋକଙ୍କ କହିବା ଅନୁସାରେ ଉର୍ବସୀ ଦ୍ରୈାପଦୀଙ୍କର ଅପମାନ କରିଛନ୍ତି ।

ରିଲିଜ ହୋଇଥିବା ଏକ ଟ୍ରେଲରରେ ଉର୍ବସୀ ନିଜକୁ ଦ୍ରୌପଦୀଙ୍କ ସହିତ ତୁଳନା କରିଛନ୍ତି । ସେଥିରେ ସେ କହିଛନ୍ତି ଯେ ଦ୍ରୌପଦୀଙ୍କର ପାଂଚ ଜଣ ସ୍ୱାମୀ ଥିଲେ କିନ୍ତୁ ଏଠାରେ ମାତ୍ର ୨ ଜଣ । ଏହି କାରଣରୁ ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି । ତେବେ ଉର୍ବସୀ ଫିଲ୍ମ ବିବାଦରେ ଫସିଥିବାର ନଜର ଆସୁଛି । ଫିଲ୍ମରେ ଉର୍ବସୀ ଦୁଇ ଭାଇଙ୍କ ସହିତ ଆଫେୟର କରୁଥିବାର ନଜର ଆସିଛନ୍ତି । ତେବେ ଏହି ଧମକ ଦ୍ୱାରା ଉର୍ବସୀ ଭୟଭୀତ ହୋଇ ଯାଇଥିବା କଥା ସାମ୍ନାକୁ ଆସିଛି ।

ହେଟ ଷ୍ଟୋରୀ ୪ର ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ଖୁବ ବୋଲ୍ଡ ସୀନ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । କରନ ୱାହୀଙ୍କ ବ୍ୟତୀତ ଫିଲ୍ମରେ ବିବାନ ଭଥେନା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ ।

ଟ୍ରେଲର ଅନୁସାରେ ଉର୍ବସୀ ଜଣେ ଫିଲ୍ମ ତାରକା ହେବାର ଇଚ୍ଛା ରଖିଛନ୍ତି ଏବଂ ଏକ ଫଟୋଗ୍ରାଫର ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ସାହାଯ୍ୟ କରିଛନ୍ତି । ଫିଲ୍ମରେ କରନ ଏବଂ ବିବାନ ଦୁଇ ଭାଇ ହୋଇଛନ୍ତି ଏବଂ ଦୁଇଜଣ ଗୋଟିଏ ଝିଅକୁ ପ୍ରେମ କରୁଛନ୍ତି । ଏହାପରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହୋଇଛି । କିନ୍ତୁ ପରବର୍ତ୍ତୀ ସମୟରେ ଆଉ ଏକ ଝିଅ ସେମାନଙ୍କ ଜୀବନରେ ଆସିଛି ଏବଂ କାହାଣୀରେ ଟ୍ୱିଷ୍ଟ ଆସିଛି ଏବଂ ସଂପୂର୍ଣ୍ଣ କାହାଣୀ ପରିବର୍ତ୍ତନ ହୋଇଯାଇଛି ।