ସେକ୍ସି କୁଇନଙ୍କ ସେଲଫି ସୌକ୍ ! ଉର୍ବଶୀ ରୌତେଲାଙ୍କୁ ଡରି ଟଏଲେଟରେ ପଶିଲେ ଅର୍ଜୁନ୍ ରାମପାଲ୍

270

ବୋଲ୍ଡ ସିନ୍ ଦେଇ ସବୁବେଳେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା । ଏବେ କିନ୍ତୁ ବୋଲ୍ଡ ସିନ୍ ପାଇଁ ନୁହେଁ ନିଜର ଅଦ୍ଭୂତ ଆଚରଣ ପାଇଁ ଚର୍ଚ୍ଚାରେ ଏହି ସୁନ୍ଦରୀ ନୟିକା । ବିନା ନିମନ୍ତ୍ରଣରେ ବଲିଉଡ ଷ୍ଟାର୍ ମାନଙ୍କ ବ୍ୟକ୍ତିଗତ ପାର୍ଟିରେ ପହଂଚିଯାଉଛନ୍ତି ଉର୍ବଶୀ । କେବଳ ସେତିକି ନୁହେଁ ସେଠାରେ ଉପସ୍ଥିତ ସେଲିବ୍ରିଟି ମାନଙ୍କୁ ତାଙ୍କ ସହ ସେଲଫି ନେବା ପାଇଁ ବାଧ୍ୟ ମଧ୍ୟ କରନ୍ତି ।

ନିକଟରେ ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ମନୀଷ ମଲହୋତ୍ରାଙ୍କ ଜନ୍ମଦିନ ପାର୍ଟିରେ । ବିନା ନିମନ୍ତ୍ରଣରେ ହଠାତ୍ ପାର୍ଟିରେ ପଂହଚି ଯାଇଥିଲେ ଉର୍ବଶୀ । ଏହା ସହ ଅର୍ଜୁନ୍ ରାମପାଲଙ୍କ ସହ ସେଲଫି ନେଇଥିଲେ । ତେବେ ସେଲଫି ଭଲ ନଉଠିବାରୁ ଅଧିକ ଫଟୋ ଉଠାଇବା ବାହାନାରେ ଅର୍ଜୁନଙ୍କ ପଛରେ ପଡି ଯାଇଥିଲେ ଉର୍ବଶୀ । ଆଉ ଉର୍ବଶୀଙ୍କ ଉପରେ ବିରକ୍ତ ହୋଇ ଟଏଲେଟରେ ପଶି ଯାଇଥିଲେ ଅର୍ଜୁନ୍ । ଅର୍ଜୁନ୍ ସେ  ପର୍ଯ୍ୟନ୍ତ ବାହାରକୁ ଆସି ନଥିଲେ ଯେ ପର୍ଯ୍ୟନ୍ତ ଉର୍ବଶୀ ନିଜେ ସେଠାରୁ ଚାଲି ଯାଇନଥିଲେ ।