ଆଜିଠୁ ରାଜ୍ୟର ସବୁ ସ୍କୁଲ ସକାଳୁଆ

30

ଆଜିଠୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହୋଇଛି । ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ତାତିକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲ କୁ ସକାଳୁଆ କରିଛନ୍ତି । ଏପ୍ରିଲ ଶେଷ ସୁଦ୍ଧା ସମସ୍ତ ପରୀକ୍ଷା କୁ ଶେଷ କରିବା ପାଇଁ ସ୍କୁଲ ମାନଙ୍କୁ ନିର୍ଦେଶ ଦିଆଯାଇଛି । ଏପ୍ରିଲ ୨ ରୁ ରାଜ୍ୟର ସମସ୍ତ ସ୍କୁଲ ସକାଳ ସାଢେ ସାତଟାରେ ଆରମ୍ଭ ହୋଇ ସାଠେ ଏଗାର ଟାରେ ସରିବ ବୋଲି ଏଚ୍ଆରସି ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୨ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସ୍କୁଲ ସକାଳୁଆ ନେଇ ନଷ୍ପତି ହୋଇଥିଲା ।