ମୋଦି ସମର୍ଥକଙ୍କ ନାଁରେ ଥାନାରେ ଏତଲା ଦେଲେ ଉର୍ମିଲା ମାତୋଣ୍ଡକର : ରଙ୍ଗୀଲା ଗାର୍ଲଙ୍କ ପ୍ରଚାର ବେଳେ ହାତାହାତି ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ

ଉର୍ମିଳା କହିଲେ, ଘୃଣା ଓ ସାଂପ୍ରଦାୟିକ ରାଜନୀତି କରୁଛି ମୋଦିଙ୍କ ଦଳ

151

କନକ ବ୍ୟୁରୋ : ମୋଦି ସମର୍ଥକଙ୍କ ନାମରେ ଏତଲା ଦେଲେ କଂଗ୍ରେସ ପ୍ରାର୍ଥିନୀ ତଥା ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର । ମୁମ୍ବାଇର ବୋରିଭଲୀ ଥାନାକୁ ଯାଇ ମୋଦି ସମର୍ଥକଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ଏହାପରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ଉର୍ମିଲା ବିଜେପି ସରକାରଙ୍କ ଉପରେ ବର୍ଷିଥିଲେ । କହିଛନ୍ତି, ବିଜେପି ଘୃଣା ଓ ସାଂପ୍ରଦାୟିକ ରାଜନୀତି କରୁଛି । ଦେଶରେ ଏବେ ନାରୀ, ମିଡିଆ ଓ ସାଧାରଣ ଜନତା ସୁରକ୍ଷିତ ନୁହଁନ୍ତି । ବିଜେପିର ଶାସନ ଏହିପରି ବୋଲି ସମାଲୋଚନା କରି କହିଛନ୍ତି ଉର୍ମିଲା ମାତୋଣ୍ଡକର ।

ଉତ୍ତର ମୁମ୍ବାଇ ଆସନରେ କଂଗ୍ରେସ ଟିକେଟର ଲଢୁଥିବା ରଙ୍ଗିଲା ଗାର୍ଲ ଉତ୍ତର ମୁ୍ମ୍ବାଇ ନିର୍ବାଚନ ମଣ୍ଡଳୀରେ ବୁଲି ବୁଲି ପ୍ରଚାର କରୁଛନ୍ତି । ତେବେ ଉର୍ମିଲା ପ୍ରଚାର କରୁଥିବା ବେଳେ ମୋଦି ସମର୍ଥକ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ସେ ଆଜି ଥାନାରେ ଏତଲା ଦେଇଛନ୍ତି ।