ଉର୍ଜିତ ପଟେଲ ହେବେ ଆରବିଆଇର ନୂଆ ଗଭର୍ଣ୍ଣର

26

ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇର ନୂଆ ଗଭର୍ଣ୍ଣର ହେବେ ଉର୍ଜ୍ଜିତ ପଟେଲ। ରଘୁରାମ ରାଜନଙ୍କ ସ୍ଥାନ ନେବେ ବର୍ତମାନର ଡେପୁଟୀ ଗଭର୍ଣ୍ଣର ଥିବା ଉଜ୍ଜିତ ପଟେଲ। ଆସନ୍ତା ୪ ତାରିଖର ରଘୁରାମ ରାଜନ ଅବସର ନେଉଥିବା ବେଳେ ତାଙ୍କ ସ୍ଥାନ ନେବେ ଉର୍ଜ୍ଜିତ । ଅକ୍ସଫୋଡ୍ ଏବଂ ଲଂଣ୍ଡନ ସ୍କୁଲ ଅଫ ଇକୋନମିକ୍ସରୁ ପାଠପଢ଼ିଥିବା ଉର୍ଜ୍ଜିତ ୟାଲେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ପୂର୍ବରୁ ଆଇଏମ୍ଏଫରେ ମଧ୍ୟ କାର୍ଯ୍ୟକାର କରିବାର ଅଭିଜ୍ଞତା ରହିଛି । ଫାଇନାନ୍ସସିଆଲ ସେକ୍ଟର ରେଗୁଲେଟାରୀ ଆପଏଣ୍ଡମେଣ୍ଡ କମିଟିର ସୁପାରିଶ ଆଧାରରେ ଏହି ନିଯୁକ୍ତି ମିଳିଥିବାର କ୍ୟାବିନେଟ ସଚିବ କହିଛନ୍ତି।