କାରଗିଲ୍ ବିଜୟ ଦିବସରେ ପୁଣି ରିଲିଜ୍ ହେବ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍’ । ୫୦୦ ଥିଏଟରରେ ମାଗଣା ଦେଖିପାରିବେ ଦର୍ଶକ ।

260

କନକ ବ୍ୟୁରୋ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିକି କୌଶଲ ନଜର ଆସିଥିବା ବେଳେ ସେପ୍ଟେମ୍ବର ୨୯, ୨୦୧୬ରେ ଭାରତ କରିଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ର କାହାଣୀକୁ ନେଇ ଏହି ଫିଲ୍ମ ତିଆରି କରାଯାଇଥିଲା । ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିବା ସହ ଅନେକଙ୍କୁ ଏହା ଅନୁପ୍ରାଣିତ ମଧ୍ୟ କରିଥିଲା । ତେବେ ଫିଲ୍ମଟି ଥିଏଟରରୁ ଉଠି ସାରିଥିବା ବେଳେ ଏବେ ଏହାକୁ ପୁଣି ଥରେ ରିଲିଜ୍‌ କରାଯିବ ବୋଲି ଜଣା ପଡ଼ିଛି ।

ସୂଚନା ମୁତାବକ, ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଥିବା ବେଳେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍‌ କରାଯିବ । ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ । ଏ ନେଇ ନିଜର ଖୁସି ବ୍ୟକ୍ତ କରି ନିର୍ଦ୍ଦେଶକ ଆଦିତ୍ୟ ଧର୍‌ କହିଛନ୍ତି, ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ କାର୍ଗିଲ ବିଜୟ ଦିବସ ପାଳନର ଏକ ଅଂଶ ହୋଇପାରିଥିବାରୁ ମୁଁ ବହୁତ ଖୁସି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନଭିସ୍‌ ୫୦୦ଟି ଥିଏଟରରେ ଲୋକମାନଙ୍କୁ ମାଗଣାରେ ଏହି ଫିଲ୍ମ ଦେଖାଇବାର ଯେଉଁ ନିଷ୍ପତ୍ତି ନେଇଛନ୍ତି,ତାହା ଖୁବ୍‌ ସୁନ୍ଦର ।