ପ୍ରଥମ ଦିନରେ ୮.୨୫ କୋଟି ଟଙ୍କାର ବ୍ୟବସାୟ କଲା ‘ଉରୀ’, ପଛରେ ପଡ଼ିଲା ଦ’ ଆକ୍ସିଡେଣ୍ଟାଲ୍ ପ୍ରାଇମ୍ ମିନିଷ୍ଟର ।

ଗତ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଭାରତ ଦ୍ୱାରା ହୋଇଥିବା ମିଡ଼୍ ନାଇଟ୍ ଅପରେସନ୍ ତଥା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଫିଲ୍ମ ଗତ କାଲି ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ୮.୨୫ କୋଟି ଟଙ୍କାର କଲେକସନ୍ କରିଛନ୍ତି ।

241

କନକ ବ୍ୟୁରୋ: ସିନେମା ହଲରେ ଧମାକା ଓପନିଂ କରିଛି ବିକ୍କି କୌଶଳ ଏବଂ ୟାମୀ ଗୌତମଙ୍କ ଫିଲ୍ମ ଉରୀ ‘ଦ ସର୍ଜିକାଲ ଷ୍ଟ୍ରାଇକ’ । ଏହାକୁ ନେଇ ଫିଲ୍ମ ପ୍ରେମୀଙ୍କ ଠାରୁ ବେଶ୍ ଭଲ ଫିଡ଼ବ୍ୟାକ୍ ମିଳିଛି । ଗତ ୨୦୧୬ରେ ପାକିସ୍ତାନ ବିପକ୍ଷରେ ଭାରତ ଦ୍ୱାରା ହୋଇଥିବା ମିଡ଼୍ ନାଇଟ୍ ଅପରେସନ୍ ତଥା ସର୍ଜିକାଲ ଷ୍ଟ୍ରାଇକ ଉପରେ ଆଧାରିତ ଫିଲ୍ମ ଗତ କାଲି ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜର ପ୍ରଥମ ଦିନରେ ୮.୨୫ କୋଟି ଟଙ୍କାର କଲେକସନ୍ କରିଛନ୍ତି । ଏକ ରିପୋର୍ଟ ମୁତାବକ ଉରୀ ବର୍ତ୍ତମାନ ସୁଦ୍ଧା ଗତକାଲି ରିଲିଜ୍ ହୋଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କ ବାୟୋପିକ୍ ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟରକୁ ପଛରେ ପକାଇ ଦେଇଛି ।

ସେପଟେ ଫିଲ୍ମ ପ୍ରଶଂସମାନଙ୍କ ରିଭିୟୁ ମୁତାବକ ରିଲିଜ ହେବା ପୂର୍ବରୁ ଉରୀ ଫିଲ୍ମ ୪ରୁ ୬ କୋଟି  ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ଫିଲ୍ମ ଆଶା ଠାରୁ ଅଧିକ ପ୍ରଦର୍ଶନ କରିଛି । ଦର୍ଶକମାନଙ୍କୁ ଯବାନଙ୍କ ଦୁଃ ସାହସୀକ ଅପରେସନ୍ ତଥା ୨୦୧୬ ସେପ୍ଟେମ୍ବର ୨୮-୨୯ରେ ଏଲଓସି ସୀମାରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ବିଷୟକୁ ବେଶ୍ ପସନ୍ଦ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଆଦିତ୍ୟ ଧାର ଦେଇଥିବାବେଳେ ବିକ୍କି ଏବଂ ୟାମୀ ଗୌତମଙ୍କ ଭଳି ଚର୍ଚ୍ଚିତ ଚେହେରାଙ୍କୁ ଯୁବପୀଙ୍କ ମନକୁ ଛୁଇଁଛି । ଏହା ବ୍ୟତୀତ ପରେଶ ରାୱଲ, କୃତି କୁଲ୍ହାରୀ ଏବଂ ମୋହିତ ରୈନା ମଧ୍ୟ ଅଛନ୍ତି । ଏହାର କାହାଣୀ ଯବାନଙ୍କ ଉପରେ ଆଧାରିତ ।