ପାକିସ୍ତାନକୁ ପାନେ ଦେବାକୁ ମୋଦି ସରକାରଙ୍କ ରଣନୀତି : ସିନ୍ଧୁ ନଦୀ ଚୁକ୍ତିରୁ ଓହରି ଆସିପାରେ ଭାରତ

60

vlcsnap-2016-09-24-10h00m52s612କନକ ବ୍ୟୁରୋ : ଉରି ଆକ୍ରମଣ ପରେ ପାକିସ୍ତାନ ପ୍ରତି କଡା ଅଭିମୁଖ୍ୟ ଗ୍ରହଣ କରିବ ଭାରତ । ସିନ୍ଧୁ ଚୁକ୍ତିକୁ ବାତିଲ କରି ପାକିସ୍ତାନକୁ ପାନେ ଚଖେଇବା ପାଇଁ ସ୍ଥିର କରୁଛନ୍ତି ମୋଦି ସରକାର । ସିନ୍ଧୁ ନଦୀର ମାତ୍ର ୨୦ପ୍ରତିଶତ ପାଣି ଭାରତ ବ୍ୟବହାର କରୁଥିବା ବେଳେ ୮୦ପ୍ରତିଶତ ପାଣି ପାକିସ୍ତାନକୁ ଛଡାଯାଇଥାଏ । ତେବେ ଦୁଇ ରାଷ୍ଟ୍ର ମଧ୍ୟରେ ସର୍ମ୍ପକ ତିକ୍ତ ହେବା ପରେ ଏହି ଚୁକ୍ତିକୁ ସମୀକ୍ଷା ପରେ ବାତିଲ କରିବାକୁ ନେଇ ଚାଲିଛି ଆଲୋଚନା ।

୫୬ବର୍ଷ ପୂର୍ବେ ଭାରତ ଓ ପାକିସ୍ତାନ ମଧ୍ୟରେ ପାଣି ଭାଗବଂଟାକୁ ନେଇ ସିନ୍ଧୁ ନଦୀ ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ ପୂର୍ବ ଦିଗରେ ଥିବା ବ୍ୟାସ, ରବି ଓ ସତଲେଜ ନଦୀର ନିୟନ୍ତ୍ରଣ ଭାରତ ନିକଟରେ ଓ ସିନ୍ଧୁ, ଚେନାବ ଓ ଝେଲମର ନିୟନ୍ତ୍ରଣ ରହିଛି ପାକିସ୍ତାନ ନିକଟରେ । ଭାରତ ଦେଇ ପ୍ରଭାବିତ ହେଉଥିବା ଏହି ନଦୀ ଗୁଡିକର ପାଣିରେ ଚାଷ, ପରିବହନ ଓ ବିଦ୍ୟୁତ ଉତ୍ପାଦନ ପାଇଁ ଭାରତକୁ ଅନୁମତି ମିିଳିଛି । କିନ୍ତୁ କୌଣସି ଡ୍ୟାମ ବା ପ୍ରକଳ୍ପ ନିର୍ମାଣ ପାଇଁ ଅନୁମତି ନାହିଁ ।

ସିନ୍ଧୁ ନଦୀକୁ ପାକିସ୍ତାନର ଲାଇଫ ଲାଇନ କୁହାଯାଏ । ସିନ୍ଧୁ ନଦୀ ପାଣି ଦ୍ୱାରା ପାକିସ୍ତାନର ୯୦ଭାଗ ଜମିରେ ଚାଷ କାମ ହୋଇଥାଏ । ଏହାସହ ୬୫ଭାଗ ଚାଷ ଜମି ସିନ୍ଧୁ ନଦୀ ଉପତ୍ୟକାରେ ରହିଛି। ପ୍ରତିବର୍ଷ ୮୦ଭାଗ ଅର୍ଥାତ ୧୬୭ ବିଲିୟନ କ୍ୟୁବିକ ମିଟର ପାଣି ପାକିସ୍ତାନକୁ ଦିଆଯାଏ । ତେବେ ଭାରତ ପାଣି ଦେବା ବନ୍ଦ କରିଦେଲେ ପାକିସ୍ତାନରେ ମରୁଡି ପରିସ୍ଥିତି ଉପୁଜିବ । ଅପରପକ୍ଷରେ କୌଣସି ରାଷ୍ଟ୍ରର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରିବା ପାଇଁ ସେହି ରାଷ୍ଟ୍ର ପ୍ରତି ବନ୍ଧୁତାପୂଣ୍ଣð ସମ୍ପର୍କ ରହିବା ଅନିବାର୍ଯ୍ୟ ।

ଆତଙ୍କବାଦକୁ ସହାୟତା ଯୋଗାଉଥିବା ଦେଶକୁ ପାଣି ଯୋଗାଇବା ପାଇଁ କୌଣସି ଅର୍ନ୍ତରାଷ୍ଟ୍ରୀୟ ଚୁକ୍ତି ଦ୍ୱାରା ବାଧ୍ୟ କରାଯାଇପାରିବନାହିଁ । ୧୯୬୦ ସେପ୍ଟେମ୍ବର ୧୯ତାରିଖରେ ତତ୍କାଳୀନ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଓ ପାକିସ୍ତାନ ରାଷ୍ଟ୍ରପତି ଆୟୁବ ଖାନଙ୍କ ମଧ୍ୟରେ ସିନ୍ଧୁ ନଦୀ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।