ଦିଲ୍ଲୀ ଦଙ୍ଗଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନୀ ପ୍ରଚାର ବେଳେ କହିଲେ, ଶାହିନବାଗ ସଂଯୋଗ ନୁହେଁ ଏକ ପ୍ରୟୋଗ, ଅରାଜକତା ସୃଷ୍ଟି କରିବା ପାଇଁ ହେଉଛି ଷଡଯନ୍ତ୍ର ।

157

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବାବେଳେ, ଦିଲ୍ଲୀ ଜନତାଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀ କଡକଡ୍ଡୁମା ଠାରେ ନିର୍ବାଚନୀ ରାଲିରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଲିକୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଶାହୀନ ବାଗ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖିଛନ୍ତି । ମୋଦି କହିଛନ୍ତି କି, ଦିଲ୍ଲୀରେ ଆତଙ୍କୀ ଆକ୍ରମଣ ବନ୍ଦ ହୋଇଛି । ହେଲେ ଯେତେବେଳେ ଏହି ଆକ୍ରମଣର ଅପରାଧୀଙ୍କୁ ବାଟଲା ହାଉସରେ ମରାଗଲା, ସେତେବେଳେ ତାହାକୁ ଫର୍ଜି ଏନକାଉଂଟର ବୋଲି କୁହାଗଲା । ଏମାନେ ସେହି ଲୋକ ଯେଉଁମାନେ ବାଟଲା ହାଉସରେ ଆତଙ୍କବାଦୀଙ୍କ ମୃତ୍ୟୁ ପରେ ପୋଲିସ ବିପକ୍ଷରେ କାର୍ଯ୍ୟାନୁଷ୍ଠାନର ଦାବି କରିଥିଲେ ।

ଏପରିକି ଏମାନେ ସେହି ଲୋକ, ଯେଉଁମାନେ ଦେଶକୁ ଖଣ୍ଡ – ଖଣ୍ଡ କରି ବିଭାଜନ କରୁଥିବା ଲୋକଙ୍କୁ ବଂଚାଉଛନ୍ତି । ଦିଲ୍ଲୀର ବାସିନ୍ଦା କଣ ଭୂଲି ଯିବେ, ଏହା ଭୋଟ୍ ବ୍ୟାଙ୍କର ରାଜନୀତି ବୋଲି କହି ପ୍ରବଳ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ବିଗତ କିଛି ଦିନ ଧରି ନାଗରିକତା (ସଂଶୋଧନ) ଆଇନକୁ ନେଇ ଦିଲ୍ଲୀର ସିଲମପୁର, ଜାମିଆ ବା ସାହିନବାଗରେ ବିକ୍ଷୋଭ ପ୍ରଦର୍ଶନ ଚାଲିଛି । ଏହା କଣ ଏକ ସଂଯୋଗ ମାତ୍ର ? ଏଗୁଡ଼ିକ ପଛରେ ଏକପ୍ରକାରର ରାଜନୀତି ରହିଛି । ନିଜର ଏହି ଭାଷଣ ଅବସରରେ ମୋଦି ୩୭୦, କର୍ତ୍ତାରପୁର କରିଡର ନିର୍ମାଣ ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୨ ସୁଦ୍ଧା ଦେଶର ସବୁ ଗରିବ ପରିବାର ପାଖରେ ପକ୍କା ଘର ଥିବା । ଦିଲ୍ଲୀର ବିକାଶ ପାଇଁ ବିଜେରି ପ୍ରତିଶ୍ରୁତିବଦ୍ଧ । ଦିଲ୍ଲୀରେ ଥିବା ଅବୈଧ କଲୋନିଗୁଡ଼ିକୁ ନିୟମିତ କରାଯାଇଛି । ସେଗୁଡ଼ିକର ବିକାଶ ପାଇଁ ଏକ ବିକାଶ ବୋର୍ଡ ପ୍ରତିଷ୍ଠା କରାଯାଇଛି । ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଭାରତ ବିକାଶର ଏଜେଣ୍ଡା ନେଇ ଚାଲିବ ।