ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ଅର୍ବାନ ଏଜୁକେସନ କଂପ୍ଲେକ୍ସ : ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ

48

ରାଉରକେଲା : ଅବ୍ୟବସ୍ଥା ମଧ୍ୟରେ ରାଉରକେଲା ଅର୍ବାନ ଏଜୁକେସନ କଂପ୍ଲେକ୍ସ । ଛାତ୍ରାବାସର ଅସୁସ୍ଥକର ପରିବେଶ ଯୋଗୁଁ ଜଣେ ଅନ୍ତେବାସୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଜଣେ କୋମଳମତି ଶିଶୁଙ୍କର କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା ସେ ନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ସିଡବ୍ଲ୍ୟସି ।

ରାଉରକେଲା ଅର୍ବାନ ଏଜୁକେସନ କମ୍ପେକ୍ସ । ଜିଲ୍ଳାର ବିଭିନ୍ନ ଅଂଚଳର ଅନୁସୂଚିତ ଜନଜାତି ପିଲା ଆସି ଏଠାରେ ରହି ମାଗଣାର ପାଠପଢିବାର ବ୍ୟବସ୍ଥା କରିଛନ୍ତି ସରକାର । କିନ୍ତୁ ହଷ୍ଟେଲରେ ଅସ୍ୱାସ୍ଥ୍ୟକର ପରିବେଶ ଯୋଗୁଁ ଜଣେ ଅନ୍ତେବାସୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯେଉଁଠି ୨୦୦ ପିଲା ରହିବା କଥା ସେଠି ରହୁଛନ୍ତି ୨୯୭ ଛାତ୍ରଛାତ୍ରୀ । ଏହା ସହ ପଚା ପରିବାରେ ରୋଷେଇ କରି ଅନ୍ତେବାସୀଙ୍କୁ ଖାଇବାକୁ ଦିଆଯାଉଥିବା ଅଭିଯୋଗ ହୋଇଛି । ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟପ୍ରତି ମଧ୍ୟ ଅଣଦେଖା କରାଯାଉଥିବା ଜଣାପଡିବା ପରେ ଅଭିଭାବକମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ନେଇଯାଉଥିବା ଜଣାପଡିଛି ।

ଗତ ୨୪ରେ ଦୁଆରୀ ଓରାମ ନାମକ ଜଣେ ଛାତ୍ରୀର ବ୍ରେନ ମ୍ୟାଲେରିଆରେ ମୃତ୍ୟୁ ହୋଇଛି । ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଛାତ୍ରୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଘଟଣାର ତଦନ୍ତ ପାଇଁ ହଷ୍ଟେଲରେ ପହଚିଂଛନ୍ତି ସିଡବ୍ଲୁ୍ୟସିର ପ୍ରତିନିଧି ଦଳ । ବିଧିବଦ୍ଧ ତଦନ୍ତ ପରେ ଜିଲ୍ଲାପାଳଙ୍କ ନିକଟରେ ସିଡବ୍ଲୁ୍ୟସି ରିପୋର୍ଟ ଦାଖଲ କରିବ । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ବାଟବଣା ହେଉଥିବା ଦେଖିବାକୁ ମିଳିଛି ।