UPSCୱେବସାଇଟ ହ୍ୟାକ୍ । ହ୍ୟାକର୍ସ ମାନେ ଡୋରେମନର ଫଟୋ ଛାଡି ଲେଖିଛନ୍ତି କିଛି ଏମିତି କଥା

32

ହ୍ୟାକ୍ ହେଲା ୟୁପିଏସସି ୱେବସାଇଟ୍ । ହ୍ୟାକର୍ସ ମାନେ ୟୁପିଏସସିର ୱେବସାଇଟ www.upsc.gov.inକୁ ହ୍ୟାକ କରି ଏହାର ହୋମପେଜରେ କାର୍ଟୁନ ଡୋରେମୋନର ଫଟୋ ଲଗାଇବା ସହ ଡୋରେମୋନ ଫୋନ ଉଠାଅ ବୋଲି ଲେଖିଛନ୍ତି । ଏହାସହ ଫଟୋ ତଳେ ‘I.M. STEWPEED’ ମଧ୍ୟ ଲେଖିବାକୁ ଭୁଲିନଥିଲେ ହ୍ୟାକର୍ସ । ତେବେ କିଏ ଏହାକୁ ହ୍ୟାକ କରିଛନ୍ତି ସେନେଇ କୌଣସି ସୂଚନା ମିଳିନାହିଁ ।

ୱେବସାଇଟ ହ୍ୟାକ ହେବା ପରେ ଏହାର ସ୍କ୍ରିନସଟ ନେଇ ଏହାର ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଲୋକେ । ରିପୋର୍ଟ ଅନୁଯାୟୀ, ହୋମପେଜର ବ୍ୟାକଗ୍ରାଉଣ୍ଡରେ ମଧ୍ୟ ଡୋରେମୋନ ସିରିୟଲର ଗୀତ ମଧ୍ୟ ଶୁଣିବାକୁ ମିଳୁଛି । ଏବେ ପର୍ଯ୍ୟନ୍ତ ମଧ୍ୟ ୟୁପିଏସସିର ସାଇଟ ଠିକ୍ ହୋଇନାହିଁ । ଯାହା ଏହି ସରକାରୀ ୱେବସାଇଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଛିଡା କରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ଏହି ୱେବସାଇଟ ମାଧ୍ୟମରେ ସିଭିଲ ସର୍ଭିସ ଓ ଅନ୍ୟ ପରୀକ୍ଷା ପାଇଁ ନୋଟିଫକେସନ ଜାରି କରିବା ସହ ପରୀକ୍ଷାଫଳ ମଧ୍ୟ ପ୍ରକାଶିତ କରିଥାଏ । ଏହି ୱେବସାଇଟ ମାଧ୍ୟମରେ ବିଭିନ୍ନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ମାନେ ଆବେଦନ କରିଥାନ୍ତି ।ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କର ବ୍ୟକ୍ତିଗତ ତଥ୍ୟ ମଧ୍ୟ ରହିଥାଏ । ତେଣୁ ଏହି ୱେବସାଇଟ ହ୍ୟାକ ହେବା ପରେ ଛାତ୍ରଛାତ୍ରୀଙ୍କ ମନରେ ନିଜର ବ୍ୟକ୍ତିଗତ ତଥ୍ୟ ହ୍ୟାକ ହୋଇଥିବା ନେଇ ସନ୍ଦେହ କରୁଛନ୍ତି ।