ସଫଳତା ପଛରେ ରହିଛି ସ୍ୱାମୀଙ୍କ ହାତ ! ସ୍ୱାମୀ ତିଆରି କରିଥିବା ନୋଟ୍ ପଢ଼ି ୟୁପିଏସି ପରୀକ୍ଷାରେ ଟପ୍ କଲେ ମହିଳା

39

ସବୁବେଳେ କୁହାଯାଏ ସଫଳ ପୁରୁଷ ପଛରେ ଥାଏ ଜଣେ ମହିଳାଙ୍କ ହାତ । କିନ୍ତୁ ଏବେ ଆମ ସମାଜ ଧୀରେ ଧୀରେ ବଦଳିବାରେ ଲାଗିଛି । କେବଳ ଯେ ପୁରୁଷଙ୍କ ସଫଳତା ପଛରେ ମହିଳାଙ୍କ ହାତ ଥାଏ ତା’ନୁହଁ ପୁରୁଷମାନେ ମଧ୍ୟ ଏବେ ସଚେତନ ହେଲେଣି । ଏମିତି ଏକ ସଫଳତାର କାହାଣୀ ହେଲା ଲକ୍ଷ୍ନୌର ଆରତୀ ସିଂଙ୍କର । ପିସିଏସ୍ ଅଫିସର ଆରତୀ ସିଂ ୨୦୧୬ ୟୁପିଏସି ପରୀକ୍ଷାରେ ୧୧୮ ରାଙ୍କରେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ସେ ଏବେ ମିରଟରେ ଜଣେ ବ୍ଲକ ଉନ୍ନୟନ ଅଧିକାରୀ ରୂପେ କାମ କରୁଛନ୍ତି । ସୂଚନା ଅନୁସାରେ ସେ ଓ ତାଙ୍କ ସ୍ୱାମୀ ଏକାସଙ୍ଗେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀ ଏବେ ଗାଜିଆବାଦରେ ଆସିଷ୍ଟାଣ୍ଡ ଟ୍ୟାକ୍ସ କମିସନର ରୂପେ କାର୍ଯ୍ୟ ନିର୍ବାହ କରୁଛନ୍ତି । ଆରତୀ କହିଛନ୍ତି ୨୦୧୩ରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ସମୟରେ ହିଁ ସେ ପିସିଏସ ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

ତାଙ୍କ ସ୍ୱାମୀ ମଧ୍ୟ ତାଙ୍କ ସହ ୟୁପିଏସି ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରଥିିଲେ । କିନ୍ତୁ ପରୀକ୍ଷାରେ କେବଳ ଆରତୀ ହିଁ ସିଲେକ୍ଟ ହୋଇଥିଲେ, ମାତ୍ର ୫ ନମ୍ବର କମ୍ ହେବା ହେତୁ ସ୍ୱାମୀ ସିଲେକ୍ଟ ହୋଇପାରିନଥିଲେ । ଆରତୀ କହିଛନ୍ତି ଛୋଟରୁ ତାଙ୍କର ସବୁବେଳେ ବଡ଼ ପାଟିରେ ପଢ଼ିବାର ଅଭ୍ୟାସ ରହିଛି । କିନ୍ତୁ ମୋ ସ୍ୱାମୀ ବହୁତ ଶାନ୍ତ ହୋଇ ପାଠ ପଢିବା ପାଇଁ ପସନ୍ଦ କରନ୍ତି ।

ସେ ପରୀକ୍ଷା ପାଇଁ ମୋତେ ସବୁବେଳେ ପ୍ରେରିତ କରିବା ସହ ସବୁବେଳେ ଉତ୍ସାହିତ କରିଆସିଛନ୍ତି । କେବଳ ଯେ ତାଙ୍କ ସହଯୋଗ କରନ୍ତି ତା’ନୁହଁ ପରୀକ୍ଷା ପାଇଁ ନୋଟ୍ ମଧ୍ୟ ତିଆରି କରିଦିଅନ୍ତି । ସ୍ୱାମୀ ତିଆରି କରିଥିବା ନୋଟ୍ ପଢ଼ି ଆଜି ସେ ସଫଳ ହୋଇଛନ୍ତି ବୋଲି ପ୍ରକାଶ କରିଛନ୍ତି ଆରତୀ । ଏଥିରୁ ଜଣାପଡ଼ୁଛି ଆମ ସମାଜ ଆସ୍ତେ ଆସ୍ତେ ଆଗକୁ ବଢ଼ୁଛି । ଅନ୍ଧବିଶ୍ୱାସ ଓ ପୁରୁଣା ପରମ୍ପରାରୁ ବାହାରି ଆମ ସମାଜ,ଦେଶ, ଦୁନିଆ ପରିବତ୍ତନର ପଥରେ ଆଗେଇ ଚାଲିଛି ।
ସୌଜନ୍ୟ – ଦୈନିକ ଭାସ୍କର
ଏହାସହ ପଢ଼ନ୍ତୁ – ଜିଏସଟିର ପ୍ରଭାବ ! ମହଙ୍ଗା ହେବ କ୍ରେଡ଼ିଟ୍ କାର୍ଡ ଓ ଇନସ୍ୟୁରାନ୍ସ ପ୍ରିମିୟମþ