ପ୍ରକାଶ ପାଇଲା ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ! କେ ଆର୍ ନନ୍ଦିନୀ ଟପ୍ପର

34

କନକ ବ୍ୟୁରୋ : ପ୍ରକାଶ ପାଇଛି ୨୦୧୬ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ । ମୋଟ ୧୦୯୯ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଏହି ସଫଳ ପରୀକ୍ଷାର୍ଥୀ ଆଇଏଏସ, ଆଇପିଏସ, ଆଇଏଫଏସ ପରି ସର୍ବଭାରତୀୟ ସେବାରେ ଯୋଗ ଦେବେ । ନନ୍ଦିନୀ କେ ଆର୍ ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଅନମୋଲ ଶେରସିଂ ବେଦୀ ଓ ତୃତୀୟ ସ୍ଥାନରେ ଗୋପାଳ କ୍ରିଷ୍ଣା ରୋନାଙ୍କି ରହିଛନ୍ତି । ସେହିପରି ନବମ ସ୍ଥାନରେ ସୁମନ ସୌରଭ ମହାନ୍ତି ରହିଛନ୍ତି ।