ପ୍ରକାଶ ପାଇଲା ୨୦୧୬ ସିଭିଲ ସର୍ଭିସ ପରୀକ୍ଷା ଫଳ ! ନବମ ସ୍ଥାନରେ ଅଛନ୍ତି ଓଡିଆ ପୁଅ ସୁମନ ସୌରଭ ମହାନ୍ତି ଓ ୯୧ତମ ସ୍ଥାନରେ ଅଭିଶ୍ୟାନ୍ତ ପଣ୍ଡା

26

କନକ ବ୍ୟୁରୋ : ପ୍ରକାଶ ପାଇଲା ୨୦୧୬ ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୧୦୯୯ ଜଣ ପରୀକ୍ଷାର୍ଥୀ ସଫଳତା ହାସଲ କରିଛନ୍ତି । ଏହି ସଫଳ ପରୀକ୍ଷାର୍ଥୀ ଆଇଏଏସ, ଆଇପିଏସ, ଆଇଏଫଏସ ପରି ସର୍ବଭାରତୀୟ ସେବାରେ ଯୋଗ ଦେବେ । ନନ୍ଦିନୀ କେ.ଆର ଏହି ପରୀକ୍ଷାରେ ଟପ୍ପର ହୋଇଛନ୍ତି ।

ଦ୍ୱିତୀୟ ସ୍ଥାନରେ ଅନମୋଲ ଶେରସିଂ ବେଦୀ ଓ ତୃତୀୟ ସ୍ଥାନରେ ଗୋପାଳ କ୍ରିଷ୍ଣା ରୋନାଙ୍କି ରହିଛନ୍ତି । ସିଭିଲ୍ ସର୍ଭିସରେ ସଫଳତା ପାଇବା ପରେ ଦେଶ ପାଇଁ ସେବା କରିବାକୁ ଉଭୟ ଆଗ୍ରହ ଦେଖାଇଛନ୍ତି । ସିଭିଲ ସର୍ଭିସ ପରୀକ୍ଷାରେ ନବମ ସ୍ଥାନରେ ଅଛନ୍ତି ଓଡିଆ ପୁଅ ସୁମନ ସୌରଭ ମହାନ୍ତି । ସେହିପରି ୯୧ ସ୍ଥାନରେ ଅଭିଶ୍ୟାନ୍ତ ପଣ୍ଡା ରହିଛନ୍ତି ।