ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ଗ୍ରହଣ କଲେ ବରିଷ୍ଠ ଆଇଏଏସ ଅଫିସର ଉପେନ୍ଦ୍ର ନାଥ ବେହେରା

44

କନକ ବ୍ୟୁରୋ : ଓଇଆରସି ଅଧ୍ୟକ୍ଷ ଭାବେ ଶପଥ ନେଲେ ବରିଷ୍ଠ ଆଇଏଏସ ଅଫିସର ଉପେନ୍ଦ୍ର ନାଥ ବେହେରା । ରାଜଭବନରେ ଅନୁଷ୍ଠିତ ହୋଇଛି ଏହି ଶପଥ କାର୍ଯ୍ୟକ୍ରମ । ଉପେନ୍ଦ୍ରଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଜ୍ୟପାଳ ଏସ ସି ଜମିର । ଓଇଆରସି ଅଧ୍ୟକ୍ଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଉପେନ୍ଦ୍ର ନାଥ ବେହେରା । ବିଦ୍ୟୁତ୍ ଗ୍ରାହକଙ୍କ ସ୍ୱାର୍ଥକୁ ଆଖିରେ ରଖି ବିତରକ କଂପାନୀ ଗୁଡିକ ସହ କିପରି ଉତ୍ତମ ସମନ୍ୱୟ ରଖାଯାଇ ପାରିବ, ତାହାକୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି । ଏହା ସହ ବୈଷୟିକ କ୍ଷତି କିପରି ନହେବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଓଇଆରସି ଅଧ୍ୟକ୍ଷ ।