ୟୁପିରେ ମୋଦି ସୁନାମୀ ! ଟାର୍ଗେଟରେ ଓଡିଶାର ସାଧାରଣ ନିର୍ବାଚନ

58

କନକ ବ୍ୟୁରୋ : ୟୁପି ଦଖଲ କରିବା ପରେ ଆଗକୁ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ବିଜେପିର ବିଜୟ ବିଗୁଲ୍ ବଜାଇବାକୁ ମୋଦି ସ୍ୱତନ୍ତ୍ର ରଣନୀତି ସ୍ଥିର କରୁଥିବା ଅନୁମାନ କରାଯାଉଛି । ଏହି କ୍ରମରେ ପାଳି ପଡ଼ିଛି ଓଡ଼ିଶାର । ମୋଦି ୟୁପି କବଜା କରିବାପରେ ଆଗକୁ ତାଙ୍କ ଟାର୍ଗେଟରେ ଓଡ଼ିଶା ବୋଲି ଏବେ ଜୋର ଧରିଛି ଚର୍ଚ୍ଚା । ୟୁପି ଫଳାଫଳ ବିଜେଡ଼ି ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ପ୍ରତିକାର କଥା ଚିନ୍ତା କରିଛି ବିଜେଡ଼ି । କାରଣ ଗତ ପଂଚାୟତ ନିର୍ବାଚନରେ ଓଡିଶାରେ ବେଶ୍ ଭଲ ଭାବରେ କାମ କରିଛି ମୋଦି ମ୍ୟାଜିକ୍ ।

ଓଡିଶାରେ ନବୀନ୍ ପଟ୍ଟନାୟକ ସରକାରଙ୍କୁ ଗତ ୧୭ ବର୍ଷ ହେଲା କୌଣସି ରାଜନୈତିକ ଦଳ ଟକ୍କର ଦେବାକୁ ସକ୍ଷମ ହୋଇ ନାହାଁନ୍ତି । ୧ଟଙ୍କିଆ ଚାଉଳ ହେଉ କିମ୍ବା ସ୍ୱଚ୍ଛ ଛବି ହେଉ, ୨୦୦୦, ୨୦୦୪, ୨୦୦୯, ୨୦୧୪ ନିର୍ବାଚନରେ ସଫଳତାର ସହ ଗୋଟି ଚଳାଇଛନ୍ତି ନବୀନ ।

ଓଡିଶାରେ ୟୁପିର ପ୍ରଭାବ ନେଇ ଚର୍ଚ୍ଚା ଚାଲିଥିବା ବେଳେ ୨୦୧୯କୁ ଆଉ ଦୁଇବର୍ଷ ରହିଲା । ଆଉ ୟୁପି ଫଳାଫଳ ଓଡିଶାର ରାଜନୈତିକ ପରିବେଶକୁ ଅଧିକ ଗରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।