ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’

285

ରଥଯାତ୍ରାରେ ରୂପେଲି ପରଦାକୁ ଆସୁଛି ଫିଲ୍ମ ‘ଦେଲେ ଧରା କଥା ସରେ’ । ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ନବାଗତ ଜ୍ୟୋତି ଓ ମାଳବିକା ବାନାର୍ଜୀ । ତେବେ ରିଲିଜ ପୂର୍ବରୁ ହିିଁ ମୁଭିର ଟ୍ରେଲର୍ ସୋସିଆଲ ମିଡିଆରେ ପପୁଲାର ହୋଇ ସାରିଛି । ଏହା ସହ ଏହି ଦୁଇ ଯୋଡିଙ୍କ ଅନ୍ ସ୍କ୍ରିନ୍ କେମେଷ୍ଟ୍ରିକୁ ମଧ୍ୟ କାଫି ପ୍ରଶଂସା କରିଛନ୍ତି ଦର୍ଶକ । ଶୈଳନ୍ଦ୍ର ମିଶ୍ରଙ୍କ ନିର୍ଦେଶିତ ଏହି ମୁଭିରେ ମ୍ୟୁଜିକ କମ୍ପୋଜ କରଛନ୍ତି ପ୍ରଶାନ୍ତ ପାଢୀ । ଫିଲ୍ମର ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ମହେଶ୍ୱତା, ବବି ମିଶ୍ର, ଜୀନା ଓ ମୀନକେତନ । ଏହା ପୂର୍ବରୁ ମାଳବିକା ‘ମୋତେ ବୋହୂ କରି ନେଇ ଯା’ ରେ ଅଭିନୟ କରି ସାରିଥିବା ବେଳେ ଜ୍ୟୋତି ‘ମିଠା ମିଠା ଯୋଡି’ରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି । ତେବେ ଏହି ମୁଭି ଉଭୟଙ୍କ କ୍ୟାରିୟରକୁ କେତେ ମାଇଲେଜ୍ ଦେଉଛି ତାହା ଫିଲ୍ମ ରିଲିଜ ହେଲା ପରେ ହିଁ ଜଣା ପଡିବ  ।