ଶେଷ ହେଲା ଶାରଦୀୟ ଦୁର୍ଗାପୂଜା,ସରଗରମ ହେଲା ରାଜନୀତି । ଲୋକପ୍ରିୟତା ଲଢ଼େଇରେ କିଏ ମାରିବ ବାଜି ? ୨୦୧୯ ପାଇଁ ୩ ଦଳର ପ୍ରସ୍ତୁତି।

60

କନକ ବ୍ୟୁରୋ: ଧିରେ ଧିରେ ଶେଷ ହେଉଛି ପାର୍ବଣର ଋତୁ । ଆଉ କିଛି ଦିନ ପରେ ବାକିଥିବା ପୂଜା ପର୍ବ ବି ଶେଷ ହୋଇଯିବ । ତେବେ ଏହାରି ମଧ୍ୟରେ କିଛି ଦିନର ବ୍ରେକ୍ ପରେ ପୁଣି ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଉଭୟ ଶାସକ ଓ ବିରୋଧୀମାନେ ୨୦୧୯ ପାଇଁ ରାଜନୈତିକ ରଣନୀତି ଆରମ୍ଭ କରିଦେଇଛନ୍ତି । କାରଣ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ବାଚନୀ କାର୍ଯ୍ୟସୂଚୀକୁ ଦେଖିଲେ ଆସନ୍ତା ଜାନୁୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ । ଏବଂ ଏହାର ଠିକ୍ ୨ରୁ ୩ ମାସ ମଧ୍ୟରେ ଓଡ଼ିଶାରେ ସାଧାରଣ ନିର୍ବାଚନ ହେବ । ତେଣୁ ରାଜନୈତିକ ଦଳମାନଙ୍କ ପାଖରେ କେବଳ ଆଉ ହାତ ଗଣତି କିଛି ମାସ ବାକି ରହିଛି । ସେନେଇ ଶାସକ ଓ ବିରୋଧୀ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି ।

bijepurସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ କେଉଁ ଦଳର କ’ଣ ଆଭିମୂଖ୍ୟ ରହିବ ସେନେଇ ଏବେ ରାଜନୈତିକ ମାହୋଲରେ ଚାଲିଛି ପ୍ରତିଯୋଗିତା । ତେବେ ଶାସକ ବିଜେଡ଼ିର ନିର୍ବାଚନ ପ୍ରସ୍ତୁତି ଗତ ପଞ୍ଚାୟତ ନିର୍ବାଚନ ଠାରୁ ଆରମ୍ଭ ହୋଇଛି ବୋଲି ବିଜେଡ଼ି କହିଛି । ତୃଣମୂଳସ୍ତରରେ ଲୋକଙ୍କ ସହିତ ଯୋଡ଼ି ହୋଇଛି ବିଜେଡ଼ି । ଯେଉଁଥି ପାଇଁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ବିକଳ୍ପ ଏବେ ଓଡ଼ିଶାରେ କେହି ନଥିବା କହିଛନ୍ତି ବିଜେଡ଼ି ମୁଖପାତ୍ର ପ୍ରଶାନ୍ତ ନନ୍ଦ । ତେବେ ଆଗାମୀ ନିର୍ବାଚନରେ ଲୋକମାନେ ପୂର୍ବପରି ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ରଖି ସରକାର ଗଢ଼ିବେ ବୋଲି ପ୍ରଶାନ୍ତ କହିଛନ୍ତି ।

bjdସେପଟେ କଂଗ୍ରେସ ମଧ୍ୟ ବିଜେଡ଼ିର ଜବାବ ରଖି କହିଛି ଯେ, ଲୋକମାନେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି ବିକଳ୍ପ ଖୋଜିବା ଆରମ୍ଭ କରିଦେଲେଣି । ପଞ୍ଚାୟତ ନିର୍ବାଚନରେ ଅର୍ଥ ବଳରେ ବିଜେପି ହୁଏତ କିଛି ଫାଇଦା ପାଇ ଯାଇଥିଲା । କିନ୍ତୁ କେନ୍ଦ୍ରରେ ବିଜେପି ସରକାରଙ୍କ ବିପର୍ଯ୍ୟୟ ନିକଟତର ହେବାରେ ଲାଗିଛି ତେଣୁ ବିଜେପି ଉପରେ ଲୋକମାନେ ବିଶ୍ୱାସ ହରେଇ ସାରିଲେଣି । ଏବେ ଓଡ଼ିଶାରେ ବିଜେଡ଼ିର ବିକଳ୍ପ କେବଳ କଂଗ୍ରେସ ହିଁ ହୋଇ ପାରିବ ଯାହା ଲୋକମାନେ ମନବଳାଇଲେଣି ବୋଲି କଂଗ୍ରେସ ମୁଖପାତ୍ର ଶରତ ରାଉତ କହିଛନ୍ତି ।

ଆଉ ଏସବୁ ମଧ୍ୟରେ ପଞ୍ଚାୟତ ନିର୍ବାଚନ ପରଠାରୁ ଶାସକ ବିଜେଡ଼ି ପାଇଁ ପ୍ରମୂଖ ବିରୋଧୀଭାବେ ଉଭା ହୋଇଥିବା ବିଜେପି ମଧ୍ୟ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ରାଜ୍ୟବାସୀଙ୍କ ସୁରକ୍ଷା କ୍ଷେତ୍ରରେ ବିଫଳ ହୋଇଛି ବିଜେଡ଼ି ସରକାର ବୋଲି ଅଭିଯୋଗର ଚିଠା ପ୍ରସ୍ତୁତ କରିବା ସହ ବୁଥ୍ ଟୁ ବୁଥ୍ ଯାଉଛି ବିଜେପି । ଏବଂ ମୋଦି ସରକାରଙ୍କ ସଫଳତାର ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଉଛି । ଯାହା ଆଗାମୀ ନିର୍ବାଚନରେ ବିଜେଡ଼ିକୁ ପ୍ରତ୍ୟାଖ୍ୟାନ କରି ବିଜେପି ସରକାର ଗଢ଼ିବେ ବୋଲି  ଦମ୍ଭୋକ୍ତି ବାଢ଼ିଛି ବିଜେପି ।