ଶ୍ରଦ୍ଧାଙ୍କ ସହ ରୋମାନ୍ସ କରିବେ ବାହୁବଳୀ ପ୍ରଭାସ ! ଆସୁଛି ସିନେମା ‘ସାହୋ’

22

ବାହୁବଳୀ ଷ୍ଟାର ପ୍ରଭାସ ଏବେ ବଲିଉଡ଼ର ହଟେଷ୍ଟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ରୋମାନ୍ସ କରିବେ । କଥାଟା ଟିକିଏ ଅଡୁଆ ଲାଗୁଥିଲେ ମଧ୍ୟ ସତ । ମିଡିଆ ରିପୋର୍ଟ ମୁତାବିକ,ଆକ୍ସନ ଓ ଡ୍ରାମାଭିତ୍ତିକ ଫିଲ୍ମ ‘ସାହୋ’ରେ ଉଭୟ ପ୍ରଭାସ ଓ ଶ୍ରଦ୍ଧା ଲିଡ଼ ରୋଲରେ ନଜରକୁ ଆସିବେ । ଏହି ଫିଲ୍ମଟି ତେଲୁଗୁ,ତାମିଲ ଓ ହିନ୍ଦୀ ଭାଷାରେ ରିଲିଜ ହେବ ।

ପୂର୍ବରୁ ଏହି ସାହୋ ଫିଲ୍ମର ନାୟିକା ଭାବେ ସାଉଥ ସୁନ୍ଦରୀ ଅନୁଷ୍କାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । କିନ୍ତୁ ମୋଟାପଣ ପାଇଁ ଏହି ଫିଲ୍ମଟିକୁ ହାତଛଡା କରିଥିଲେ ଅନୁଷ୍କା । ଆଉ ତାଙ୍କ ସ୍ଥାନରେ ବାଜି ମାରି ନେଇଥିଲେ ଶ୍ରଦ୍ଧା । ଏହି ଫିଲ୍ମରେ ଦର୍ଶକମାନେ ପୁଣିଥରେ ପ୍ରଭାସଙ୍କୁ ଆକ୍ସନ ମୁଡ଼ରେ ଦେଖିବାକୁ ପାଇବେ ।

ଫିଲ୍ମର ସୁଟିଂ ଆଗାମୀ ମାସରେ ଆରମ୍ଭ ହେବ । ଏଥିପାଇଁ ରାମୋଜୀ ଫିଲ୍ମ ସିଟି ଷ୍ଟୁଡ଼ିଓରେ ଏକ ବଡ଼ ସେଟ୍ ତିଆରି ହୋଇଛି । କେବଳ ଅପେକ୍ଷା ଶ୍ରଦ୍ଧା କପୁରଙ୍କୁ । ଶ୍ରଦ୍ଧା ଏବେ ରିଲିଜ ଅପେକ୍ଷାରେ ଥିବା ଅଣ୍ଡରୱାଲଡ଼ ଡ଼ନ୍ ଦାଉଦ ଇବ୍ରାହିମର ଭଉଣୀ ହସିନାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ହସିନା ପାର୍କର ର ପ୍ରମୋସନରେ ବ୍ୟସ୍ତ ରହୁଛନ୍ତି ।
ସୌଜନ୍ୟ: ଏନଡିଟିଭି