ବଜାର ବୁଲୁଛି ଗୋପନ କଥା : ସଂଗିନ ମୋଡରେ ଉପାସନା ଓ ରାଜେଶଙ୍କ ମାମଲା

31

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭାଇରାଲ୍ ହେଉଛି ଉପାସନା-ରାଜେଶଙ୍କ ସମ୍ପର୍କର ଭିଡିଓ । ଉଭୟଙ୍କ ଆତ୍ମୀୟତା ଓ ଅନ୍ତରଂଗର ଭିଡିଓ । ପ୍ରତି ଭିଡିଓ କହୁଛି, ଉପାସନା କେବଳ ରାଜେଶଙ୍କ ଫିଲ୍ମରେ ଅଭିନୟ କରୁନଥିଲେ ବରଂ ଉଭୟଙ୍କ ମଧ୍ୟରେ ଗଭୀର ସମ୍ପର୍କ ଥିଲା । ଏବେ ଏସବୁ ଭିଡିଓ ପଦାକୁ ଆସିବା ପରେ ରାଜେଶଙ୍କ ନାଁରେ ଏତଲା ଦେଇଛନ୍ତି ଉପାସନା । ସେପଟେ ପୂର୍ବରୁ ରାଜେଶଙ୍କ ନାଁରେ କାଷ୍ଟିଂ କାଉଚ୍ ଅଭିଯୋଗ ଆଣିଥିବା ଉପାସନାଙ୍କ ଉପରେ ବି ଉଠିଛି ପ୍ରଶ୍ନ ।

vlcsnap-2016-07-31-20h23m42s923ବହୁଚର୍ଚିତ ରାଜେଶ-ଉପାସନା ସମ୍ପର୍କର ସାକ୍ଷୀ ଭିଡିଓର କିଛି ସ୍ନାପଫଟୋ।
ନମ୍ବର-୧ , ଆତ୍ମୀୟତା ଓ ଅନ୍ତରଂଗର ମୁହୂର୍ତ । ପରସ୍ପର ମଧ୍ୟରେ ନିବିଡତା। ଷ୍ଟାର ହୋଟେଲରେ ପ୍ରେମୀ ଯୁଗଳଙ୍କ ଭାବ ବିନିମୟ । ଉଭୟଙ୍କ ମଧ୍ୟରେ ସମ୍ପର୍କର ଗଭୀରତା କେତେ, ତାହା ଏହି ଫଟୋରୁ ସ୍ପଷ୍ଟ ଅନୁମେୟ ।

vlcsnap-2016-07-31-20h24m48s573ନମ୍ବର-୨ ,ରାଜେଶ-ଉପାସନା ସମ୍ପର୍କର ଆଉ ଏକ ସାକ୍ଷୀ । ଚର୍ଚିତ ପ୍ରସଙ୍ଗର ବହୁ ଚର୍ଚିତ ଭିଡିଓ । ଉପାସନାଙ୍କ ଜନ୍ମଦିନର । ଏକ ଲକଜୁରି ହୋଟେଲରେ ଉପାସନାଙ୍କ ପାଇଁ ରାଜେଶ ଆୟୋଜନ କରିଥିଲେ ବାର୍ଥ ଡେ ପାର୍ଟି । ରୋମାଂଟିକ ମ୍ୟୁଜିକରେ ଉଭୟ କରିଥିଲେ ସେଲିବ୍ରେସନ । ପରସ୍ପରକୁ କେକ୍ ବି ଖୁଆଇଥିଲେ । ପରେ ଚାଲିଥିଲା ଫଟୋ ସୁଟ୍  ।

vlcsnap-2016-07-31-20h26m33s586ନମ୍ବର-୩ , ରାଜେଶ-ଉପାସନା ସମ୍ପର୍କର ଆଉ ଏକ ଭିଡିଓ । ଉପାସନାଙ୍କୁ ଗାଡି ଚଲାଇବା ଶିଖାଉଛନ୍ତି ରାଜେଶ । ଆଉ ନିଜେ ମୋବାଇଲରେ ଭିଡିଓ ରେକର୍ଡ କରୁଛନ୍ତି । ରାଜେଶ-ଉପାସନାଙ୍କ ଏସବୁ ଭିଡିଓ ଏବେ ହୋଇଛି ଭାଇରାଲ୍ । ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି । ଇଂଟରନେଟ୍ କାଫେରେ ବି ଅଧିକ ସର୍ଚ ହେଉଛି। ଯାହାକୁ ନେଇ ତାତି ଉଠିଛନ୍ତି ଉପାସନା। ରାଜେଶଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଅନ୍ତରଂଗ ସମ୍ପର୍କର ଭିଡିଓ ପ୍ରକାଶ କରି ରାଜେଶ ତାଂକ ମର୍ଯ୍ୟାଦା ହାନି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଉପାସନା । ସେପଟେ ରାଜେଶ ମଧ୍ୟ ଉପସନାଙ୍କ ନାଁରେ ପାଲଟା ଅଭିଯୋଗ ଆଣିଛନ୍ତି ।

ସେପଟେ ଥାନାରେ ଏତଲା ପରେ ପୋଲିସ କହିଛି ଏହାର ତଦନ୍ତ ହେବ । କିଏ ଏସବୁ ଭିଡିଓ ଛାଡିଛି ତାର ଅନୁଧ୍ୟାନ କରାଯିବ । ଆବଶ୍ୟକ ପଡିଲେ ରାଜେଶଙ୍କୁ ପଚରାଉଚରା କରାଯିବ ।
ପୂର୍ବରୁ ରାଜେଶଙ୍କ ନାଁରେ କାଷ୍ଟିଂ କାଉଚର ଅଭିଯୋଗ ଆଣିଥିଲେ ଉପାସନା । ତେବେ ଏସବୁ ଭିଡିଓ କିଛି ଭିନ୍ନ କଥା କହୁଛି । ଏହାରି ଭିତରେ ଉପସନାଙ୍କ ନୂଆ ଅଭିଯୋଗ ମାମଲାକୁ କୁଆଡେ ନେଉଛି ତାଉପରେ ନଜର ।