ରାସ୍ତାରେ ଯାଉଥିବା ବେଳେ ଉତ୍ତର-ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଅଟକାଇଲେ କାରକେର୍ଡ ! ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ନିଜ ଗାଡିରେ ନେଲେ ମେଡିକାଲ

20

କନକ ବ୍ୟୁରୋ : ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ କେତେକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ଅଖିଳେଶ ଆଗ୍ରା – ଲକ୍ଷ୍ଣୈା ରାସ୍ତାରେ ଯାଉଥିବା ସମୟରେ ବାଟରେ ଏକ ଦୁର୍ଘଟଣା ହୋଇଥିବା ଦେଖି ନିଜର କାରକେର୍ଡ ଅଟକାଇ ସେଠାରେ ପଡିଥିବା ଲୋକମାନଙ୍କୁ ସାହାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଛି । ଏହାସହ ନିଜର ସୁରକ୍ଷାକର୍ମୀଙ୍କୁ ସମସ୍ତ ଆହତଙ୍କୁ ଯଥାଶୀଘ୍ର ମେଡିକାଲକେ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ତେବେ ସେହି ରାସ୍ତାରେ ପୂର୍ବରୁ ଯାଉଥିବା ଏକ ଗାଡି କୈାଣସି କାରଣରୁ ଦୁର୍ଘଟଣା ଗସ୍ତହୋଇ ରାସ୍ତା ଉପରେ ହିଁ ଓଲଟି ପଡିଥିଲା । ତେଣୁ ଗାଡିରେ ଥିବା ଲୋକମାନେ ଆହତ ହୋଇ ରାସ୍ତା ଉପରେ ହିଁ ପଡିରହିଥିଲେ । ତେବେ ସେହିବାଟରେ ଅଖିଳେଶ ଯାଉଥିବା ସମୟରେ ଏହାକୁ ଦେଖି ଏପରି ପଦକ୍ଷେପ ନେଇଥିଲେ । ଏହାପରେ ଅଖିଳେଶ ସମସ୍ତ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା ପାଇଁ ନିଜ ସାଥୀରେ ଥିବା ସୁରକ୍ଷା କର୍ମୀଙ୍କୁ କହିଥିଲେ । ତେବେ ସେମାନେ ଆମ୍ବଲାନ୍ସକୁ ଯୋଯୋଗ କରିବାରୁ କୈାଣସି କାରଣରୁ ତାହା ଆସିବା ବିଳମ୍ବ କରିଥିଲା । ତେଣୁ ଅଖିଳେଶ ନିଜ ଗାଡିରେ ହିଁ ଆହତ ମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ । ତେବେ ଏହି ଘଟଣା ଜଣାପଡିକୁ ଅଖିଳେଶ ନିଜର ଟୁଇଟର ଏକାଉଣ୍ଟରେ ସେୟାର କରିଥିବା ଜଣାପଡିଛି ।

ଏହାସହ ଅଖିଳେଶ କହିଛନ୍ତି ଯେ , ଆମେ ମାନେ ଯେତେବେଳେ ରାସ୍ତାରେ କେଉଁ ଆଡେ ଯାଉଛୁ ସେହି ସମୟରେ ଆମକୁ ସାବଧାନତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି । କାରଣ ବର୍ତ୍ତମାନ ସମୟରେ ବୁଲା ଗାଇଗୋରୁ ମାନେ ହଠାତ ରାସ୍ତାରେ କେଉଁ ଆଡୁ ପଳାଇ ଆସୁଛନ୍ତି ଯାହା ଲାଗି ଅନେକ ଦୁର୍ଘଟଣା ହେଉଛି । ପୂର୍ବରୁ ମଧ୍ୟ କୋର୍ଟ ରାସ୍ତାରେ ଏପରି ଦୁର୍ଘଟଣାକୁ ଏଡାଇବା ଲାଗି ରାଜ୍ୟ ସରକାରଙ୍କୁ ପଦକ୍ଷେପ ନେବା ପାଇଁ କହିଛନ୍ତି । ତେବେ ଦେଖାଯାଉ ସରକାର ଏନେଇ କେବେ ସଚେତନତା ହେଉଛନ୍ତି । ଆମେ ଯଦି ଦେଖିବା ତେବେ ପ୍ରତ୍ୟେକ ସମୟରେ ଜାତୀୟ ରାଜପଥରେ ଏପରି ଦୁର୍ଘଟଣା ହେବାର ଦେଖାଯାଉଛି । ତେବେ ଭଗବାନଙ୍କ କୃପାରୁ ମୁଁ ଠିକ ସମୟରେ ସେହି ଦୁର୍ଘଟଣା ସ୍ଥାନରେ ପହଞ୍ଚିଥିଲି । ଆହତଙ୍କୁ ସାହାର୍ଯ୍ୟ କରି ମୁଁ ବହୁତ ଖୁସି ବୋଲି ଅଖିଳେଶ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଗାଡ଼ିକୁ ଅଟକାଇ ଦେଇଥିଲେ। ସଙ୍ଗେ ସଙ୍ଗେ ସେ ଓ ତାଙ୍କ ସୁରକ୍ଷା କର୍ମୀମାନେ ଗାଡ଼ିପାଖରେ ପହଞ୍ଚିଥିଲେ। ଗାଡ଼ି ଭିତରେ ଓ ଗାଡ଼ି ବାହାରେ ୩ ଜଣ ଇସ୍କନ ଭକ୍ତ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖି ସେ ତାଙ୍କ ସୁରକ୍ଷା କର୍ମୀକ ସହଯୋଗରେ ସେମାନଙ୍କୁ ଉଦ୍ଧାର କରିଥିଲେ। ପରେ ନିଜ ସହିତ ଥିବା ଅନ୍ୟ ଏକ ଗାଡ଼ିରେ ଆହତମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଲକ୍ଷ୍ନୋ ଟ୍ରମା ସେଣ୍ଟରକୁ ଓ ଜଣକୁ ହସନଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବାର ବ୍ୟବସ୍ଥା କରିଥିଲେ।