ଉତ୍ତରପ୍ରଦେଶ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ସରିଲା ପ୍ରଚାର ! ଆସନ୍ତାକାଲି ୟୁପି ପୂର୍ବାଂଚଳର ୪୯ ବିଧାନସଭା ଆସନ ପାଇଁ ହେବ ଭୋଟିଂ

20

କନକ ବ୍ୟୁରୋ :  ଉତ୍ତରପ୍ରଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ପାଇଁ ଗତକାଲି ସଂଧ୍ୟା ୫ଟାରୁ ନିର୍ବାଚନ ପ୍ରଚାର ଶେଷ ହୋଇଛି । ଆସନ୍ତା ୪ ତାରିଖରେ ୟୁପି ପୂର୍ବାଂଚଳର ୭ ଜିଲ୍ଲାର ୪୯ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ମୋଟ ୧କୋଟି ୭୨ଲକ୍ଷ ମତଦାତା ୧୭ ହଜାର ୯୨୬ ମତଦାନ କେନ୍ଦ୍ରରେ ଭୋଟ ଦେଇ ୬୩୫ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଷଷ୍ଠ ପର୍ଯ୍ୟାୟ ମତଦାନରେ ବହୁ ବଡ ବଡ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । ପୂର୍ବାଚଂଳ ଦେଇ ଲକ୍ଷ୍ନୌ ଯିବା ସହଜ ହୋଇଥିବା ଯୋଗୁଁ ସବୁ ଦଳ ତରଫରୁ ଯୋରଦାର ପ୍ରଚାର କରାଯାଇଛି । ଷଷ୍ଠ ପର୍ଯ୍ୟାୟରେ ମୁଲାୟମଙ୍କ ଲୋକସଭା ନିର୍ବାଚନମଣ୍ଡଳି ଆଜମଗଡ, ବିଜେପିର ହିନ୍ଦୁତ୍ୱବାଦୀ ନେତା ତଥା ସାଂସଦ ଯୋଗୀ ଆଦିତ୍ୟନାଥଙ୍କ ଅଂଚଳ ଗୋରଖପୁର, ମାଫିଆ ରାଜନେତା ମୁକ୍ତାର ଅନସାରୀଙ୍କ ଗଡ ମଉ ତଥା କେନ୍ଦ୍ରମନ୍ତ୍ରୀ କଳରାଜ ମିଶ୍ରଙ୍କ ନିର୍ବାଚନ ମଣ୍ଡଳି ଦେବରିଆରେ ଭୋଟିଂ ହେବ ।