ହୋଲି ପୂର୍ବରୁ ବଜାରରେ ପହଂଚିଲା ମିଠା ଜହର ! ଜବତ ହେଲା ୨୦୦ କିଲୋ ଅପମିଶ୍ରିତ ପନିର୍ ସହିତ ୧୫୦ କିଲୋ ଖୁଆ । 

323

ହୋଲି ଉତ୍ସବ ଆସିବା ପୂର୍ବରୁ ବଜାରରେ ମିଠା ଜହରର ବୋଝ ଆସି ପହଂଚିଗଲାଣି । ଖାଦ୍ୟ ବିଭାଗର ଏକ ଦଳ ଗୋରଖପୁର କକ୍ଟ୍ରହରୀ ବସ୍ ଷ୍ଟେସନ ଏବଂ ଟ୍ରାନ୍ସପୋର୍ଟ ନଗରରୁ ୨ କ୍ୱିଣ୍ଟାଲ୍ ଖୁଆ ଏବଂ ଦେଢ କ୍ୱିଣ୍ଟାଲ୍ ପନିର୍ ଜବତ କରିଛନ୍ତି । ଏହାସହ ଜହର ପାମ୍ପଡ ଏବଂ ବୁନ୍ଦି ମଧ୍ୟ ଖାଦ୍ୟ ବିଭାଗ ଜବତ କରିଛି । ଖାଦ୍ୟ ଏବଂ ଔଷଧ ପ୍ରଶାସନ ଟିମ୍ ର ଖାମଖିଆଲ ଭାବ ଯୋଗୁଁ ମିଠା ଜହରର କଳାବଜାରୀ ଏବେ ସକ୍ରିୟ ହୋଇପଡିଛି ।

କିନ୍ତୁ ଏଥର ଅପମିଶ୍ରଣ ଖୁଆ ସହ ପନିର୍ ମଧ୍ୟ ଜବତ କରାଯାଇଛି ଏଥିରୁ ଜଣାପଡୁଛି ଯେ ଖୁଆ ଏବଂ ପନିର୍ ଏବେ ବାହାରୁ ଆସୁଛି । ମୁଖ୍ୟ ଖାଦ୍ୟ ସୁରକ୍ଷା ଅଧିକାରୀ ଅଞ୍ଜନୀ କୁମାର ଶ୍ରୀବାସ୍ତବଙ୍କ କହିବାନୁସାର ସକାଳୁ ଟିମ୍ ଚଢାଉ କାମ କରିଥିଲା । ଗୋଟିଏ ସ୍ଥାନରୁ ୨ କ୍ୱିଣ୍ଟାଲ୍ ଖୁଆ ସହ ପାମ୍ପଡ ଜବତ ହୋଇଥିବାବେଳେ ଆଉ ଏକ ଦେଢ କ୍ୱିଣ୍ଟାଲ୍ ପନିର୍ ଏବଂ ଅନେକ ମାତ୍ରାରେ ବୁନ୍ଦି ଜବତ ହୋଇଥିଲା ।

ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କହିବାନୁସାରେ ଏହି ସବୁ ଖାଦ୍ୟପଦାର୍ଥ ଅପମିଶ୍ରିତ ହୋଇଛି । ଉପରୁ ଅର୍ଡର ଆସିବା କ୍ଷଣି ଏହି ସବୁ ମାଲ୍ କୁ ୪୮ ଘଣ୍ଟା ଭିତରେ ନଷ୍ଟ କରାଯିବ । ହୋଲି ଉତ୍ସବ ପାଖେଇ ଆସୁଥିବା କାରଣରୁ ଭାରୀ ମାତ୍ରାରେ କଳାବଜାରୀ ବାହାରରୁ ଅପମିଶ୍ରିିତ ହୋଇ ବିକ୍ରି ପାଇଁ ଆସୁଛି ଯାହା ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏଭଳି ସ୍ଥିତିରେ ଲୋକଙ୍କୁ ସାମଗ୍ରୀର ଗୁଣବତ୍ତାକୁ ଚିହ୍ନି ବଜାରରୁ ସାମଗ୍ରୀ କିଣିବା ଆବଶ୍ୟକ । ନହେଲେ ଅଜାଣତରେ ସେମାନେ ନିଜର ଦେହ ଖରାପ କରିପାରିବେ ।