ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ! ମୁଲାୟମ କହିଲେ ନିର୍ବାଚନ ପରେ ଅଖିଳେଶ ହେବେ ମୁଖ୍ୟମନ୍ତ୍ରୀ

26

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜନୀତିରେ ନୂଆ ମୋଡ । ଅଖିଳେଶ ହେବେ ମୁଖ୍ୟମନ୍ତ୍ରୀ । ଏପରି କହିଛନ୍ତି ନିଜେ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ । ଦୀର୍ଘ ଦିନ ଧରି ବାପ-ପୁଅଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଚର୍ଚ୍ଚାରେ ଥିବା ବେଳେ ଏବେ ଅଖିଳେଶଙ୍କୁ ସମର୍ଥନ କରିଛନ୍ତି ମୁଲାୟମ । ମୁଲାୟମ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପରେ ଅଖିଳେଶ ହିଁ ମୁଖ୍ୟମନ୍ତ୍ରୀ ହେବେ । ଦଳରେ କୌଣସି ବିବାଦ ଥିବା ଖବରକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି । ସମାଜବାଦୀ ପାର୍ଟିରେ ଫାଟ ସୃଷ୍ଟି ହୋଇଥିବା ଖବର ସଂପୂର୍ଣ ମିଛ ଏବଂ ଏ ସଂପର୍କିତ ଚର୍ଚ୍ଚାକୁ ଖଣ୍ଡନ କରିବାକୁ ସେ ଖୁବ୍ ଶୀଘ୍ର ନିର୍ବାଚନ ପ୍ରଚାରରେ ବାହାରିବେ ବୋଲି କହିଛନ୍ତି ମୁଲାୟମ ।