ନିଖୋଜ ପିଲାଙ୍କୁ ଖୋଜି ପରିବାର ମୁହଁରେ ହସ ଫୁଟାଉଛନ୍ତି ପୋଲିସ ବାବୁ ! ବାପାଙ୍କ ଠାରୁ ପ୍ରେରଣା ପାଇ ସମାଜସେବା କରୁଛନ୍ତି ଇନସପେକ୍ଟର ସୁନୀଲ ଦତ୍ତ

42

ପୋଲିସ୍ ନାଁ ଶୁଣିଲେ ସମସ୍ତ ମନକୁ ଏକ ନକରାତ୍ମକ ଛବି ଚାଲିଆସେ । ଏହାର ଠୋସ୍ କାରଣ ମଧ୍ୟ ରହିଛି । ପୋଲିସ ଅଧକାରୀମାନେ ଲୋକଙ୍କ ସେବା ପାଇଁ ନିଯୁକ୍ତ ହୋଇଥାଆନ୍ତି । ବିଡ଼ମ୍ବନାର ବିଷୟ ଲୋକଙ୍କ ସେବା କରିବା ତ ଦୂରର କଥା ଅତି ଦରକାରୀ ସମୟରେ ମଧ୍ୟ ବର୍ତ୍ତମାନ ସମୟରେ ପୋଲିସବାବୁ ମାନେ ସାହାଯ୍ୟ କରୁନାହାନ୍ତି । ଅନେକ ସମୟରେ ପୋଲିସ ବାବୁ ମାନଙ୍କ ଦାଦାଗରି ଦେଖିବା ପାଇଁ ମିଳୁଛି । ସେଥିପାଇଁ ଲୋକଙ୍କ ମନରେ ପୋଲିସଙ୍କୁ ନେଇ ଏପରି ଏକ ଧାରଣା ସୃ୍ଷ୍ଟି ହେବା ସ୍ୱଭାବିକ୍ । ତେବେ ସମସ୍ତ ପୋଲିସ ଅଧିକାରୀ ଏକା ନୁହଁନ୍ତି । ଆମେ ସମସ୍ତେ ପୋଲିସ ଅଧିକାରୀଙ୍କ ଅମାନବିକ ପାର୍ଶ୍ୱକୁ ଖୋଜିବା ପାଇଁ ଚେଷ୍ଟା କରନ୍ତି । ତେବେ କିଛି ଅଧିକାରୀ ଏପରି ବି ଅଛନ୍ତି, ଯେଉଁମାନେ ଲୋକଙ୍କ ସେବାରେ ଜୀବନ ବିତାଉଛନ୍ତି ।

ଉତ୍ତରପ୍ରଦେଶର ଜଣେ ପୋଲିସ ଅଧିକାରୀ ଅଛନ୍ତି, ଯିଏ ଅନେକ ପରିବାରରଙ୍କ ଖୁସିର କାରଣ ହୋଇଛନ୍ତି । ଉତ୍ତରପ୍ରଦେଶ ଭଦୋହୀ, ଗୋପିଗଞ୍ଜ ଥାନାରେ ନିଯୁକ୍ତ ଅଛନ୍ତି ଇନସପେକ୍ଟର ସୁନୀଲ ଦତ୍ତ ଦୁବେ । ସେ ଏପରି କାମ କରୁଛନ୍ତି, ଯାହା ପାଇଁ ସମସ୍ତେ ତାଙ୍କ ପ୍ରଶଂସାରେ ଶତମୁଖ । ସୁନୀଲ ଏବେ ପର୍ଯ୍ୟନ୍ତ ୧୦୦ ଜଣ ନିଖୋଜ ପିଲାଙ୍କୁ ତାଙ୍କ ମା’ବାପାଙ୍କ ସହ ମିଳାଇ ସାରିଛନ୍ତି । ନିଖୋଜ ପିଲାଙ୍କୁ ପରିବାର ପର୍ଯ୍ୟନ୍ତ ପହଞ୍ଚାଇବାର କାର୍ଯ୍ୟ ସେ ୧୯୯୫ରୁ ଆରମ୍ଭ କରିଥିଲେ ।

ଇଟାୱା ଜିଲ୍ଲା ନିବାସୀ ସୁନୀଲ ଦତ୍ତ ଦୁବେ ଉତ୍ତରପ୍ରଦେଶ ପୂର୍ବାଚଂଳର ଜୈନପୁର, ମିର୍ଜାପୁର, ସୋନଭଦ୍ର ଦୋହା ସମେତ ପୁରା ୮ଟି ଜିଲ୍ଲାର ୩୩ଟି ଥାନାରେ କାର୍ଯ୍ୟନିର୍ବାହ କରିସାରିଥିବା ସୁନୀଲ ଏବେ ଗୋପିଗଞ୍ଜରେ ଇନସେପେକ୍ଟ ରୂପେ କାର୍ଯ୍ୟରତ ଅଛନ୍ତି । ତେବେ ଲୋକଙ୍କ ମୁହଁରେ ହସ ଫୁଟାଇବାର ତାଙ୍କର ପ୍ରୟାସ ପଛରେ ଅଛି ତାଙ୍କ ବାପାଙ୍କ ହାତ । ସେ କହନ୍ତି, ସେ ଯେତେବେଳେ ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ ଖୁସିରେ ଆତ୍ମହରା ହୋଇ ବାପାଙ୍କୁ ପାଖକୁ ଦୌଡ଼ିଥିଲେ । ଆଉ ତାଙ୍କ ପାସ୍ ହେବାର ଖବର ବାପାଙ୍କୁ ଶୁଣାଇଥିଲେ । ତେବେ ପୁଅର ପରୀକ୍ଷାଫଳ ଶୁଣି ତାଙ୍କ ବାପା ବିଶେଷ ଖୁସି ଜଣାପଡ଼ୁନଥିଲେ । ତାଙ୍କ ବାପା କହିଥିଲେ ଭଲ ନମ୍ବର ପାଇ ଭଲ ଚାକରି ତ ମଳିଯିବ, କିନ୍ତୁ କାହା ମୁହଁରେ କ’ଣ ହସ ଫୁଟାଇ ପାରିବ । ସେବେଠାରୁ ବାପାଙ୍କ କଥାକୁ ଧ୍ୟାନରେ ରଖିଥିଲ ଏବଂ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ପ୍ରୟାସ ଜାରି କରିଥିଲେ ।

ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ ୨୦୧୬ ଅନୁସାରେ ୟୁପିରେ ପ୍ରତିଦିନ ୮ ଜଣ ଶିଶୁ ନିଖୋଜ ହୁଅନ୍ତି । ଏଥିରୁ ୩ ଜଣ ଶିଶୁ କେବେ ମଳିପାରନ୍ତିି ନାହିଁ । ଗାୟବ ପିଲାଙ୍କ ମଧ୍ୟରେ ୩୩.୫ ପ୍ରତିଶତ ବାଳିକା । ସୂଚନା ଅନୁସାରେ ୨୦୧୫ ରେ ୨୨୬୬ ପିଲା ନିଖୋଜ ହୋଇଥିଲେ । ତେବେ ଏହା ୨୦୧୬ରେ ବଢ଼ି ୩୩୦୮ରେ ପହଞ୍ଚିଥିଲା । ସେହିପରି ୨୦୧୬ରେ ପୁରା ଦେଶରେ ପ୍ରାୟ ୬୩୪୦୭ ପିଲା ନିଖୋଜ ହୋଇଥିଲେ । ଏଥିରେ ୪୧୦୬୭ ଜଣ ବାଳିକା ଓ ୨୨୩୪୦ ବାଳକ ଥିଲେ ।