ୟୁପିରେ ଅଭାବନୀୟ କାଣ୍ଡ ! ଗାଡ଼ି ନଅଟକାଇବାରୁ ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କଲେ କନେଷ୍ଟବଳ, ପରିବାର କହିଲା ଜବାବ୍ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।

39

କନକ ବ୍ୟୁରୋ : ୟୁପି ଗୋମତିନଗରରେ ଅଭାବନୀୟ କାଣ୍ଡ । ଗାଡ଼ି ନଅଟକାଇବାରୁ ଆପଲ୍ କମ୍ପାନି ମ୍ୟାନେଜରଙ୍କୁ ଗୁଳି ମାରି ହତ୍ୟା କଲେ କନେଷ୍ଟବଳ । ସେପଟେ ଘଟଣାରେ ମୃତ ବିବେକ ତିୱାରିଙ୍କ ପତ୍ନୀ ସିବିଆଇ ଯାଂଚ ପାଇଁ ଦାବି କରିଛନ୍ତି । ଏହି ମାମଲାରେ ୨ଜଣ ଅଭିଯୁକ୍ତ କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ ଓ ସନ୍ଦୀପଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ ଆବଶ୍ୟକ ହେଲେ ସିବିଆଇ ତଦନ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତକାଲି ବିଳମ୍ବିତ ରାତିରେ ଆପଲ କମ୍ପାନିର ମ୍ୟାନେଜର ବିବେକ ତିୱାରି କାରରେ ଘରକୁ ଫେରୁଥିବାବେଳେ ପୁଲିସ କନେଷ୍ଟବଳ ଗୋମତି ନଗରରେ ତାଙ୍କୁ ଅଟକାଇଥିଲେ । ତେବେ ସେ ନଅଟକିବାରୁ କନେଷ୍ଟବଳ ତାଙ୍କ ଉପରେ ଗୁଳିମାଡ଼ କରିଥିଲେ ଓ ହସ୍ପିଟାଲରେ ବିବେକଙ୍କର ମୃତ୍ୟୁ ହୋଇଥିଲା ।