ପୁଣି ବିବାଦ ଘେରରେ ଯୋଗୀ ସରକାରଙ୍କ ଆଂଟି ରୋମିଓ ସ୍କ୍ୱାର୍ଡ !

22

କନକ ବ୍ୟୁରୋ : ଯୋଗୀ ସରକାରଙ୍କ ଆଂଟି ରୋମିଓ ସ୍କ୍ୱାର୍ଡ ଲଗାତର ବିବାଦୀୟ ହୋଇପଡୁଛି । ଶାହଜାହାନପୁରର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଯେଉଁଥିରେ ଲୋକେ ଆଂଟି ରୋମିଓ ସ୍କ୍ୱାର୍ଡ ହୋଇ ପୋଲିସ ଆଗରେ ଜଣେ ଯୁବକକୁ ମୁଣ୍ଡନ କରିଦେଇଛନ୍ତି ।

ଜଣେ ପୋଲିସ କର୍ମଚାରୀ ଏହି ମୁଣ୍ଡନ ସମୟର ଭିଡିଓ ସୁଟିଂ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ ବିଭାଗ ଯୁବକଙ୍କ ମୁଣ୍ଡନ ବେଳେ ସେଠାରେ ଥିବା ତିନି ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରି ତଦନ୍ତ ନିର୍ଦ୍ଦେଶ ଦେଇଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶାହଜାହାନପୁରରେ ଏହି ଘଟଣା ଘଟିଥିଲା ମାର୍ଚ୍ଚ ୨୨ ତାରିଖରେ । ମହମ୍ମଦ କାସିମ ନାମକ ଜଣେ ଯୁବକକୁ ଅନ୍ୟ ଧର୍ମର ମହିଳା ସହ ପାର୍କରୁ ଆଂଟି ରୋମିଓ ସ୍କ୍ୱାର୍ଡ ଧରିଥିଲା ।

ତେବେ ମହିଳା ଜଣକ କାସିମକୁ ଠିକରେ ଚିହ୍ନେ ନାହିଁ କହି ସେଠାରୁ ଖସିଯାଇଥିଲା । ସେଠାରେ ଉପସ୍ଥିତ ଲୋକେ କାସିମକୁ ଅଶାଳୀନ ବ୍ୟବହାର ଅଭିଯୋଗରେ ଜବରଦସ୍ତ ପୋଲିସ ଆଗରେ ମୁଣ୍ଡନ କରିଥିଲେ ।