ଡ୍ୟୁଟି ସମୟରେ ମା’ର କର୍ତ୍ତବ୍ୟ କଲେ ଏହି ମହିଳା କନେଷ୍ଟବଳ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଫଟୋ

456

ମା’ ଠାରୁ ବଡ଼ ଦୁନିଆରେ କୌଣସି ସଂପର୍କ ହୋଇନଥାଏ । ଯାହାର ଉଦାହରଣ ଆପଣ ଅଙ୍ଗେ ନିଭାଇବା ସହ ଅନେକ ସ୍ଥାନରେ ଦେଖିଥିବେ । ନିକଟରେ ଉତ୍ତରପ୍ରଦେଶର ଏଭଳି ଏକ ଉଦାହରଣ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶର ଗାଜିପୁରଠାରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଆପଣ ମଧ୍ୟ ଭାବୁକ ହୋଇ ଉଠିବେ ।

ଗାଜିପୁର ଥାନାରେ ପୋଲିସ୍ କନେଷ୍ଟବଳ ଥିବା ସ୍ୱାତୀ ସିଂହ ଚୌହ୍ୱାନ ଡ୍ୟୁଟି ସମୟରେ ନିଜ ଛୁଆ ସହ ନଜର ଆସୁଛନ୍ତି । ସ୍ୱାତୀ ଲଖନଉଁର ନିରାଲ୍ ନଗର ସ୍ଥିତ ଏକ ସଭାଗାରର ଏକ କାର୍ଯ୍ୟକ୍ରମରେ ନିଜ କୁନିଝିଅ ସାଙ୍ଗରେ ଦେଖିବାକୁ ମିଳିଥିଲେ । ୟୁନିଫର୍ମ ପିନ୍ଧି ମା’ର କର୍ତ୍ତବ୍ୟ କରୁଥିବା ଏହି ମହିଳା କନେଷ୍ଟବଳଙ୍କୁ ଦେଖି ଯେ କେହିବି ଭାବୁକ ହୋଇଯାଇଥିଲେ । ସ୍ୱାତୀଙ୍କ ସ୍ୱାମୀ ଚେନ୍ନାଇରେ ଚାକିରୀ କରୁଥିବାବେଳେ ତାଙ୍କ ପରିବାରର ଏଭଳି କେହି ନାହନ୍ତି ଯାହାଙ୍କ ଭରସାରେ ସେ ଝିଅକୁ ଛାଡି ଆସିଥାନ୍ତେ ତେଣୁ ସେ ଝିଅକୁ ସାଙ୍ଗରେ ନେଇ ଆସିଥିଲେ । ତେବେ ୟୁପି ପୋଲିସ୍ ମଧ୍ୟ ସ୍ୱାତୀଙ୍କୁ ଡ୍ୟୁଟି ସମୟରେ ଝିଅକୁ ସାଙ୍ଗରେ ରଖିବା ପାଇଁ ଅନୁମତି ଦେଇଥିଲେ । ସ୍ୱାତୀଙ୍କୁ ଯେତେବେଳେ ଏନେଇ ପ୍ରଶ୍ନ କରାଗଲା ସେ କହିଥିଲେ ମୁଁ ଦୁଇଟି ଦାୟିତ୍ୱ କରୁଛି । ଗୋଟିଏ ସିପାହୀ ହୋଇ କର୍ମକ୍ଷେତ୍ରରେ ପ୍ରହରା ଦେଉଛି ଏବଂ ଆଉ ଗୋଟିଏ ମା’ ହୋଇ ନିଜ ଛୁଆ ପାଇଁ । ଏଭଳି ସ୍ଥିତିରେ ମା’ର ନିଜ ଛୁଆ ପାଇଁ ଥିବା ମମତା ଏବଂ ଜଣେ ପୋଲିସ୍ କର୍ମଚାରୀ ରୁପେ ନିଜର କାମ ମଧ୍ୟ ଦେଖାଯାଉଛି ।