ଏଫଆଇଆର ଲେଖାଇବା ପାଇଁ ହାତ ଯୋଡିଲେ, ଗୋଡ ଧରି ନେହୁରା ହେଲେ ବୃଦ୍ଧା ମହିଳା : ଭିଡିଓ ଭାଇରାଲ ହେବା ପରେ ନିଲମ୍ବିତ ହେଲେ ପୁଲିସ ବାବୁ

267

ଜଣେ ବୟସ୍କା ମହିଳାଙ୍କ କରୁଣ ଆବେଦନକୁ ଅଣଦେଖା କରିବା ଲକ୍ଷ୍ନୌର ସବ୍-ଇନସ୍ପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଜଣେ ୭୫ ବର୍ଷୀୟା ମହିଳା ପୁଲିସ୍ ବାବୁଙ୍କୁ ଆଗରେ ହାତ ଯୋଡ଼ି ଯୋଡ଼ି ନେହୁରା ହେଉଥିବା ବେଳର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଛି। କେବଳ ହାତ ନୁହେଁ, ମହିଳା ଜଣକ ଶେଷରେ ପୁଲିସ ବାବୁଙ୍କ ଗୋଡ଼ ବି ଧରି ପକାଉଛନ୍ତି। ଏପରି ଦୃଶ୍ୟ ଇଣ୍ଟରନେଟରେ ଭାଇରାଲ ହେବା ପରେ ଉକ୍ତ ନିର୍ଦୟୀ ସବ୍-ଇନସ୍ପେକ୍ଟରଙ୍କୁ ନିଲମ୍ବିତ କରାଯାଇଛି।ସବ୍-ଇନସ୍ପେକ୍ଟର ତେଜପ୍ରତାପ ସିଂହ ଗୁଡ଼ମ୍ବା ପୁଲିସ୍ ଷ୍ଟେସନ୍ରେ ନିଯୁକ୍ତି ପାଇଥିଲେ। ୨୭ ସେକେଣ୍ଡର ଏହି ଭିଡିଓଟି ଭାଇରାଲ୍ ହେବା ପରେ ତାଙ୍କୁ ଲକ୍ଷ୍ନୌର ଏସଏସପି କଳାନିଧି ନଥାଇ ନିଲମ୍ବିତ କରିଛନ୍ତି।

 

ଭିଡିଓରେ ଦିଶୁଥିବା ମହିଳା ଜଣକ ହେଉଛନ୍ତି ବ୍ରହ୍ମା ଦେବୀ। ଜାଣିବାକୁ ମିଳିଛି ଯେ ବୃଦ୍ଧାଙ୍କୁ ୨୨ ବର୍ଷୀୟ ନାତି ଏକ ଆକଶ ଯାଦବ ଏକ ପ୍ଲାଇଉଡ୍ କାରଖାନାରେ କାମ କରୁଥିବା ବେଳେ ମେସିନ୍ ତଳେ ଚପି ଯାଇଥିବା ହେତୁ କମ୍ପାନି ନାମରେ ଅଭିଯୋଗ ଲେଖାଇବା ପାଇଁ ବୃଦ୍ଧା ଜଣକ ଏପରି ନିବେଦନ କରୁଥିଲେ । ଭିଡିଓଟି ଭାଇରାଲ୍ ହେବା ପରେ କାରଖାନର ମାଲିକଙ୍କୁ ଧରି ପୁଲିସ୍ ପଚରାଉଚରା ଆରମ୍ଭ କରିଛି। ଏହି ଘଟଣାରେ ଏଯାବତ୍ କାହାକୁ ଗିରଫ କରାଯାଇ ନାହିଁ।