ୟୁପି ସରକାରଙ୍କ ଅଜବ ନୀତି ! ୪ଟି ପ୍ରଜାତିର ଗଛକୁ ଛାଡ଼ି ଅନ୍ୟ ଗଛ କାଟିବା ପାଇଁ ଦେଲେ ଅନୁମତି

167

ସାରା ବିଶ୍ୱରେ ଜନସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ସେହି ଅନୁସାରେ କାରଖାନା, ଗାଡ଼ି ମୋଟର ସଂଖ୍ୟା ମଧ୍ୟ ବଢ଼ୁଛି । ଏନେଇ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି । ଦିନକୁ ଦିନ ପ୍ରଦୂଷଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ପ୍ରଦୂଷଣ କମାଇବା ପାଇଁ ଓ ଗଛ ଲଗାଇବା ପାଇଁ ଅନେକ ସଚେତନତା ବାର୍ତ୍ତା ମଧ୍ୟ ପ୍ରଚାର କରାଯାଉଛି କିନ୍ତୁ କିଛି ସୁଫଳ ମିଳୁନାହିଁ । ବିଶ୍ୱରେ ପ୍ରଦୂଷଣ ମାତ୍ରା ଏତେ ବଢ଼ିବାରେ ଲାଗିଛି ଯେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଛି ।

yogiତେବେ ପ୍ରଦୂଷଣରୁ ରକ୍ଷା ପାଇବାର ସବୁଠାରୁ ଉତ୍ତମ ମାଧ୍ୟମ ହେଲା ବୃକ୍ଷ । ଲୋକଙ୍କୁ ସଚେତନ କରିବା ପାଇଁ ଗଛ ଲଗାଇବା ପାଇଁ ପରାମର୍ଶ ଦିଆଯାଉଛି । ପରିବେଶ ପ୍ରଦୂଷଣ ଯୋଗୁଁ ଜଳବାୟୁ ପରିବର୍ତ୍ତନ, ବାୟୁମଣ୍ଡଳରେ ଉଷ୍ଣତା ବୃଦ୍ଧି, ଜୀବନ ଜୀବିକା ବିଶେଷ ଭାବେ ପ୍ରଭାବିତ ହେଉଛି । ତେବେ ପରିବେଶକୁ ରକ୍ଷା କରିବା ପାଇଁ ଅଧିକର ଅଧିକ ଗଛ ଲାଗାଯିବା ଉପରେ ଜୋର ଦିଆଯାଉଛି ।

ଏପରିସ୍ଥଳେ ୟୁପି ସରକାରଙ୍କ ଅଜବ ନୀତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବନ ନୀତିରେ ବଡ଼ ପରିବର୍ତ୍ତନ କରିଛନ୍ତି । କେବଳ ୪ଟି ପ୍ରଜାତିର ଗଛକୁ ନକାଟିବା ପାଇଁ ସୂଚି ପ୍ରସ୍ତୁତ କରିଛନ୍ତି । ଏହାର ଅର୍ଥ ହେଲା ଏହି ତାଲିକାରେ ଥିବା ୪ଟି ପ୍ରଜାତିର ଗଛକୁ ଛାଡ଼ିଦେଲେ କୃଷକ ତାଙ୍କ ଇଚ୍ଛାରେ ଯେକୌଣସି ଗଛକୁୁ କାଟିପାରିବେ । ସରକାରଙ୍କ ଏପରି ପଦକ୍ଷେପ ଯୋଗୁଁ ପ୍ରଦୂଷଣ ମାତ୍ରା ବଢ଼ିବ ନିଶ୍ଚିତ ହୋଇଯାଇଛି । ଅନ୍ୟପଟେ ବୃକ୍ଷରୋପଣକୁ ଉତ୍ସାହିତ କରୁଥିବା ସଂସ୍ଥା ଗୁଡ଼ିକ ସରକାଣଙ୍କ ଏପରି ଅଜବ ନୀତି ଯୋଗୁଁ ବହୁତ ନିରାଶ ଅଛନ୍ତି ।

ବନ ବିଭାଗ କୃଷକଙ୍କ ଲାଭ ପାଇଁ ଘୋଷଣା କରିଥିବା ବନ ନୀତି -୨୦୧୭ରେ ବଡ଼ ପରିବର୍ତ୍ତନ କରାଯାଇଛି । ଏହି ନିତୀ ମୁତାବକ ବନ ବିଭାଗ ୟୁପିରେ ୪ ପ୍ରକାରର ଗଛକୁ ଛାଡ଼ି ଅନ୍ୟ ଗଛକୁ କାଟିବା ଉପରେ ରୋକ ହଟାଇ ଦେଇଛନ୍ତି । ଏବେ କେବଳ ଆମ୍ବ, ନିମ୍ବ, ଶାଳ ଓ ମହୁଲ ଗଛ କାଟିବା ଉପରେ ପ୍ରତିବନ୍ଧ ଲଗାଯାଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏହି ଗଉ ଗୁଡ଼ିକ ନିଜେ ନଶୁଖିବା ପର୍ଯ୍ୟନ୍ତ କଟାଯିବ ନାହିଁ ।

ସୂଚନାଯୋଗ୍ୟ ଗତ ବର୍ଷ ଅଖିଲେଶ ସରକାର ଶାସନରେ ଥିବା ବେଳେ ରାଜ୍ୟର ପାଖାପାଖି ୫ କୋଟି ଗଛ ଲଗାଯାଇଥିଲା । ଅଉୁ ସେ ସମୟରେ ସରକାରଙ୍କ ଏପରି ଏକ ଉତ୍ତମ ପଦକ୍ଷେପକୁ ‘ଗିନିଜ ବୁକ ଅଫ୍ ୱାଲ୍ଡ’ ରେକର୍ଡ଼ରେ ସାମିଲ ହୋଇଥିଲା । ଆଉ ଏନେଇ ଅନେକ ପ୍ରଶଂସାର ପାତ୍ର ହୋଇଥିଲେ ଅଖିଲେଶ ସରକାର । ତେବେ ବର୍ତ୍ତମାନ ସମୟରେ ଯୋଗୀ ସରକାରଙ୍କ ଏପରି ନୀତି କେତେ ଦୂର ଠିକ ତାହା ଆପଣ ଜାଣିପାରୁଥିବେ । ସରକାରଙ୍କ ଏପରି ନୀତି ଯୋଗୁଁ କୃଷକ କେତେ ମାତ୍ରାରେ ଲାଭବାନ ହେବେ ସେକଥା ଆପଣ ଅନୁମାନ କରିପାରୁଥିବେ ।