ମୋଗଲସରାଇ ଷ୍ଟେସନ ପରେ ଆହ୍ଲାବାଦ୍ ସହରର ନାମ ପରିବର୍ତ୍ତନ କରିବାକୁ ଯୋଗୀ ସରକାରଙ୍କ ପ୍ରସ୍ତୁତି ! ଜାଣନ୍ତୁ କଣ ହୋଇପାରେ ଆହ୍ଲାବାଦର ନୂଆ ନାମ

47

ଉତ୍ତରପ୍ରଦେଶର ମୋଗଲସରାଇ ଷ୍ଟେସନ ପରେ ଏବେ ରାଜ୍ୟର ଆଉ ଏକ ସହରର ନାମ ପରିବତ୍ତନ କରାଯିବାକୁ ଯୋଜନା କରାଯାଉଛି । ଗଙ୍ଗା ଓ ଯମୁନାର ସଙ୍ଗମସ୍ଥଳୀ କୁହାଯାଉଥିବା ଇଲାହାବାଦ ନାମ ପରିବର୍ତ୍ତନ କରାଯିବ ବୋଲି ଏବେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର କହିଛନ୍ତି, ଖୁବଶୀଘ୍ର ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ କରିବାକୁ ପ୍ରସ୍ତୁତି ଚାଲିଛି । କାରଣ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆହ୍ଲାବାଦର ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ କରିବାକୁ ମାର୍ଗଦର୍ଶକ ମଣ୍ଡଳରେ ପ୍ରସ୍ତାବ ପାରିତ ହୋଇଛି ।

ଯୋଗୀ କହିଛନ୍ତି ଏହି ପ୍ରସ୍ତାବ ଉପରେ ରାଜ୍ୟପାଳ ମହୋଦୟ ମଧ୍ୟ ସହମତି ପ୍ରଦାନ କରିପାରନ୍ତି । ଏହାଛଡା ଯୋଗୀ କହିଛନ୍ତି, ଦୁଇ ନଦୀର ମିଳନସ୍ଥଳୀକୁ ଆମେ ପ୍ରୟାଗ ବୋଲି କହିଥାଉ । ହିମାଳୟରୁ ବାହାରିଥିବା ଦୁଇ ଦେବ ତୁଲ୍ୟ ନଦୀ ଗଙ୍ଗା ଓ ଯମୁନା ନଦୀର ସଙ୍ଗମ ଏହି ପବିତ୍ର ଭୂମିରେ ହୋଇଛି । ତେଣୁ ସ୍ୱାଭାବିକ ଭାବେ ଏହି ଭୂମିକୁ ସମସ୍ତ ପ୍ରୟାଗର ରାଜା ବୋଲି କୁହାଯାଇଥାଏ । ତେଣୁ ଖୁବଶୀଘ୍ର ଆହ୍ଲାବାଦ ସହରର ନାମ ପରିବର୍ତ୍ତନ କରି ପ୍ରୟାଗରାଜ କରିବାକୁ ପ୍ରୟାସ କରାଯିବ ବୋଲି ଯୋଗୀ କହିଛନ୍ତି ।

ଏଠାରେ ଉଲ୍ଳେଖନୀୟ ଯେ, ଯୋଗୀ ଆଦିତ୍ୟନାଥଙ୍କ ସରକାର ପୂର୍ବରୁ ହିଁ ପ୍ରୟାଗରାଜ ମେଳା ପ୍ରାଧୀକରଣର ଗଠନ କରି ସାରିଛନ୍ତି । ଖାସକରି କୁମ୍ଭ ମେଳାରେ ସାଧୁସନ୍ଥ ମାନଙ୍କର ଭଲଭାବେ ଖାଇବା ଓ ରହିବାର ବନ୍ଦୋବସ୍ତ କରିଛନ୍ତି ଯୋଗୀ ସରକାର । ଏପରିକି ସାଧୁ ସନ୍ଥଙ୍କ ପାଇଁ ୧୦୦ରୁ ଅଧିକ କ୍ଷୀର ବ୍ୟାରେଲ ରଖାଯିବ । ଏଠାରେ ଆମେ ସୂଚାଇ ଦେଉଛୁ ଯେ, ଏହା ପୂର୍ବରୁ ଉତ୍ତର ପ୍ରଦେଶ ସରକାର ମୋଗଲସରାଇ ଷ୍ଟେସନର ନାମ ପରିବର୍ତ୍ତନ କରି ଦୀନ ଦୟାଲ ଉପାଧ୍ୟାୟ ଷ୍ଟେସନ କରି ସାରିଛନ୍ତି ।