ସାଇବର୍ ଠକଙ୍କ ନଜରରେ ସହିଦଙ୍କ ପରିବାର ! ଘରକୁ ଫୋନ୍ କରି ମାଗୁଛନ୍ତି ବ୍ୟାଙ୍କ୍ ଡିଟେଲ୍ସ ଏବଂ ଆକାଉଣ୍ଟ । 

192

ପୁଲୱାମା ସିଆରପିଏଫ୍ ଆତ୍ମଘାତୀ ଆକ୍ରମଣ ପରେ ସହିଦ୍ ଯବାନଙ୍କ ପରିବାର ଉପରେ ଏବେ ସାଇବର୍ ଠକଙ୍କ ନଜର ପଡିଛି । ଆର୍ଥୀକ ସାହାଯ୍ୟ କରିବା ବାହାନାରେ ଏହି ଠକମାନେ ବ୍ୟାଙ୍କ୍ ଡିଟେଲ୍ସ ଏବଂ ଆକାଉଣ୍ଟ୍ ନମ୍ବର ମାଗୁଛନ୍ତି । କାନପୁର ଦେହାନ୍ ରେ ରହୁଥିବା ସହିଦ୍ ଶ୍ୟାମବାବୁଙ୍କ ଘର ମୋବାଇଲରେ ଏଭଳି ଏକ ଅଜ୍ଞାତ ନମ୍ବରରୁ କଲ୍ ଆସିଲା । ଏହି କଲରେ ସନ୍ଦିଗ୍ଧ ପରିବାରର ସାହାଯ୍ୟ କରିବା ପାଇଁ ସହିଦଙ୍କ ବିଧବା ପତ୍ନୀଙ୍କୁ କଲ୍ କରି ବ୍ୟାଙ୍କ ଡିଟେଲସ୍ ଏବଂ ଆକାଉଣ୍ଟ୍ ନମ୍ବର ମାଗିଥିଲେ । ଯେତେବେଳେ ସହୀଦଙ୍କ ପତ୍ନୀଙ୍କୁ ଏନେଇ ସନ୍ଦେହ ହେଲା ସେ ଦୁର୍ବୃତକୁ ଗାଳି କରିବା ସହ ଫୋନ୍ ରଖିଥିଲେ । ସହିଦ୍ ଶ୍ୟାମବାବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଯାଇଥିଲେ । ଗତ ଶନିବାର ଦିନ ତାଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ କିଭଳି ଏହି ଠକମାନେ ସହିଦଙ୍କ ପରିବାର ସଙ୍ଗେ ଏଭଳି କରିପାରୁଛନ୍ତି ତାହାକୁ ସବୁ ନିନ୍ଦା କରୁଛନ୍ତି ।

ସହିଦଙ୍କ ପିତା ଏନେଇ ଏସଡିଏମ ଡେରାପୁର ଦୀପାଲି କୌଶିକଙ୍କ ପାଖରେ ଅଭିଯୋଗ କରିଥିଲେ । ଏସଡିଏମ୍ ଖୋଦ୍ ଘରକୁ ଆସି ପରିବାରକୁ ସାନ୍ତ୍ୱନା ଦେବା ସହ କହିଥିଲେ ଯେ ଯଦି କେହି ଆର୍ଥୀକ ସ୍ତରରେ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ଘରକୁ ଆସି ସାହାଯ୍ୟର ହାତ ବଢାଇବେ । ଏଥିପାଇଁ ମୋବାଇଲରେ ବ୍ୟାଙ୍କ ଡିଟେଲ୍ସ ଦେବା ମୁର୍ଖାମୀ ହେବ ।

Comments are closed.