ଆଜି ଉତରପ୍ରଦେଶ ବିଧାନସଭାର ଶେଷ ପର୍ଯ୍ୟାୟ ମତଦାନ ! ୭ ଜିଲ୍ଲାର ୪୦ ଆସନରେ ଚାଲିଛି ଭୋଟ୍ ଗ୍ରହଣ

16

କନକ ବ୍ୟୁରୋ : ଆଜି ଉତରପ୍ରଦେଶ ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ । ସକାଳୁ ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟ୍ ଗ୍ରହଣ ଜାରି ରହିଛି । ଶେଷ ପର୍ଯ୍ୟାୟରେ ୭ ଟି ଜିଲ୍ଲାର ୪୦ ଆସନ ପାଇଁ ୧୪ ହଜାର ୪୫୮ ମତଦାନ କେନ୍ଦ୍ରରେ ଚାଲିଛି ଭୋଟ୍ ଗ୍ରହଣ ।

ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୫୩୫ ପ୍ରାର୍ଥି ମୈଦାନରେ ଅଛନ୍ତି । ଏହି ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୪୧ ଲକ୍ଷ ଭୋଟର । ବାରାଣସୀର କ୍ୟାଂଟ୍ ଆସନରେ ଅଛନ୍ତି ସବୁଠୁ ଅଧିକ ୨୪ ଜଣ ପ୍ରାର୍ଥି । ମାର୍ଚ୍ଚ ୧୧ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ।