ଉତ୍ତରପ୍ରଦେଶର ୧୦ଟି ଆସନ ସମେତ ୬ ରାଜ୍ୟର ୨୫ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟିଂ : ୟୁପିରେ ୧୦ମ ଆସନ ପାଇଁ ଫସିଛି ପେଂଚ, ବିଜେପି-ବିରୋଧୀ ମେଂଟ ମଧ୍ୟରେ କଡା ଟକ୍କର

30

କନକ ବ୍ୟୁରୋ : ଆଜି ୬ଟି ରାଜ୍ୟର ୨୫ଟି ଆସନ ପାଇଁ ନିର୍ବାଚନ ହେବ । ୧୬ଟି ରାଜ୍ୟର ୫୮ଟି ରାଜ୍ୟସଭା ଆସନ ମଧ୍ୟରୁ ୧୦ଟି ରାଜ୍ୟରେ ୩୩ଜଣ ପ୍ରାର୍ଥୀ ମାର୍ଚ୍ଚ୧୫ରେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ତେଣୁ ଆଜି ୬ଟି ରାଜ୍ୟରେ ୨୫ଟି ଆସନ ପାଇଁ ଭୋଟିଂ ହେବ । ତେବେ ଉତ୍ତରପ୍ରଦେଶର ୧୦ଟି ରାଜ୍ୟସଭା ଆସନ ପାଇଁ ହେଉଥିବା ନିର୍ବାଚନ ଉପରେ ସମସ୍ତଙ୍କ ନଜର ରହିଛି ।

୮ଟି ଆସନରେ ବିଜେପି ପ୍ରାର୍ଥୀ ଓ ଗୋଟିଏ ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି । ତେବେ ୧୦ମ ଆସନରେ ବିଜେପି ଓ ବିଏସପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବାର ଅନୁମାନ କରାଯାଉଛି । ବିଜେପି ତାର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ଅନ୍ୟପଟେ ସଦ୍ୟ ସମାପ୍ତ ଗୋରଖପୁର ଓ ଫୁଲପୁର ଲୋକସଭା ଉପନିର୍ବାଚନରେ ସପା ପ୍ରାର୍ଥୀଙ୍କ ବିଜୟ ପରେ ବିଏସପି ପ୍ରାର୍ଥୀଙ୍କୁ ସପା ବିଧାୟକମାନେ ଭୋଟ୍ ଦେବେ ବୋଲି ଜଣାପଡିଛି । ତେବେ ଯଦି କ୍ରସ ଭୋଟିଂ ହୁଏ ତେବେ ବିଜେପି ବିଜୟୀ ହେବାର ସମ୍ଭାବନା ରହିଛି ।