ଉତରପ୍ରଦେଶରେ ଜମୁଛି ନିର୍ବାଚନୀ ପ୍ରଚାର ! ଶେଷ ପର୍ଯ୍ୟାୟ ମତଦାନ ପାଇଁ ମୋଦିଙ୍କ ନିର୍ବାଚନୀ ପ୍ରଚାର

33

କନକ ବ୍ୟୁରୋ : ଉତରପ୍ରଦେଶରେ ଜମୁଛି ନିର୍ବାଚନୀ ପ୍ରଚାର । ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର କରିଛନ୍ତି । ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଗଢବା ଘାଟ ଆଶ୍ରମରେ ପହଂଚିଥିଲେ ମୋଦି । ଯାଦବଙ୍କଦ୍ୱାରା ନିର୍ମିତ ଏହି ଗଢବା ଘାଟ ଆଶ୍ରମରେ ପ୍ରଥମଥର ପାଇଁ ପହଂଚିଥିଲେ ମୋଦି । ଏପରିକି ପ୍ରଧାନମନ୍ତ୍ରୀ ଏଠାରେ ଥିବା ଗୋଶାଳାରେ ଗାଇସେବା କରିବା ସହ ଗାଇମାନଙ୍କୁ ଚାରା ଖୁଆଉଥିବା ଦେଖିବାକୁ ମିଳିଛି ।

ଆଶ୍ରମରେ ମୋଦି ସ୍ୱତନ୍ତ୍ର ପୂଜାଚର୍ଚ୍ଚନା କରିବା ସହ ସାଧୁସନ୍ଥଙ୍କୁ ସାକ୍ଷାତ କରିଛନ୍ତି । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ମତଦାନ ହେବ । ଏଥିରୁ ବାରାଣାସୀର ୮ଟି ବିଧାନସଭା ଆସନର ବିଶେଷ ଗୁରୁତ୍ୱ ରହିଛି । ପ୍ଧାନମନ୍ତ୍ରୀ ମୋଦିଙ୍କ ସଂସଦୀୟ କ୍ଷେତ୍ର ହୋଇଥିବାରୁ ବାରାଣାସୀର ଆସନ ଗୁଡିକରେ ବିଜୟ ଲାଭ କରିବା ବିଜେପି ଓ ମୋଦିଙ୍କ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଉଠିଛି । ଏଥିପାଇଁ ଗତ ତିନି ଦିନ ହେଲା ନରେନ୍ଦ୍ର ମୋଦି ବାରାଣାସୀ ଓ ଏହାର ଆଖପାଖ ଅଂଚଳରେ ନିର୍ବାଚନୀ ପ୍ରଚାର କରୁଛନ୍ତି । ବିଜେପି ସପକ୍ଷରେ ମତଦାନ କରିବା ପାଇଁ ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି ।